ଭୁବନେଶ୍ୱର, ୨୮/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ଯୋଗ ସଂସ୍ଥାନ ଓଡ଼ିଶା ପ୍ରାନ୍ତର ଚନ୍ଦ୍ରଶେଖର ଯୋଗ ଜିଲ୍ଲା ଅନ୍ତର୍ଗତ ଏଲ ଆଇ ସି ସନ୍ଧ୍ୟା କେନ୍ଦ୍ରର ନବମ ବାର୍ଷିକ ଉତ୍ସବ ୨୮/୪/୨୦୨୪ ରବିବାର ଦିନ ମହା ସମାରୋହରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ବିଶ୍ଵ ବିଦ୍ୟାଳୟର ଯୋଗ ବିଭାଗର ପ୍ରଫେସର ଡ଼ଃ ଶ୍ରୀମତୀ ପ୍ରତିଭା ଶ୍ରୀ ଯୋଗ ଦେଇ ଯୋଗ ସାଧନାର ଉପକାରିତା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ନିୟୁ ଏଲ ଆଇ ସି ନଗରର ଆବାସିକ ମଙ୍ଗଳ ସୋସାଇଟି ର ସଭାପତି, ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବଳ ମହୋଦୟ ଯୋଗ ଦ୍ଵାରା ମନୁଷ୍ୟ ଜୀବନରେ ଯୋଗ ର ପ୍ରଭାବ ଓ ଦୈନନ୍ଦିନ ଯୋଗ ଦ୍ଵାରା ମିଳୁଥିବା ଲାଭ ସମ୍ଵନ୍ଧୀୟ ସୂଚନା ପ୍ରଦାନ କରିଥିଲେ, ପ୍ରାନ୍ତ ମନ୍ତ୍ରୀ, ମୁରଲୀଧର ସୁବୁଦ୍ଧି ସଭାପତିତ୍ବ କରି କେନ୍ଦ୍ର ର ସାଧୀକା ଓ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ବେଳେ ଜିଲ୍ଲା ପ୍ରଧାନ, ରାଜ କିଶୋର ଜୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜୀବନ ବୀମା କ୍ଷେତ୍ରର ପ୍ରଧାନ, ସରିତ୍ରୀ ଜୀ ଅତିଥି ପରିଚୟ କରାଇ ଥିଲେ। ଶକୁନ୍ତଳା ବେହେରା, ରମେଶ ଚନ୍ଦ୍ର ବେହେରା, ରବିନ୍ଦ୍ର ଜେନା ପ୍ରାନ୍ତ ସଦସ୍ୟା ଓ ସଦସ୍ୟ ଗଣ ଏବଂ ପ୍ରତପରୁଦ୍ର ଜେନା, କେ ଭି ଆପାରାଓ, ବୁଦ୍ଧଦେବ ମୁଣ୍ଡା, ପରମାନନ୍ଦ ପାତ୍ର ଇତ୍ୟାଦି ଜିଲ୍ଲା ପ୍ରଧାନ ମାନେ ଯୋଗ ଦେଇ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ୨୦୦ରୁ ଆଧିକ ସାଧିକା, ସାଧକ ଓ ଜନସାଧାରଣ ଉତ୍ସବ ରେ ଯୋଗ ଦେଇଥିଲେ। ଉକ୍ତ କେନ୍ଦ୍ର ର ଶିକ୍ଷୟିତ୍ରୀ ଗଣ, ଶୁଭଶ୍ରୀଜୀ, ମାନସୀଜୀ, ପ୍ୟାରୀଜୀ, ଟିକିଜୀ, ମିଠୁଜୀ, କବିତାଜୀ, ସ୍ନେହଲତାଜୀ, ସସ୍ମୀତାଜୀ, ଭବାନୀଜୀ ବିଭିନ୍ନ ଆସନ, ପ୍ରାଣାୟମର ସୁନ୍ଦର ଅଭ୍ୟାସ କରାଇଥିଲେ। କେନ୍ଦ୍ର ର କେନ୍ଦ୍ର ପ୍ରମୁଖ, ହାରାମଣିଜୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଶିକ୍ଷୟତ୍ରୀ, ସୋନୁଜୀ ମଂଚ ସଂଚାଳନ କରାଇ ଥିବା ବେଳେ, ବରିଷ୍ଠ ଶିକ୍ଷୟତ୍ରୀ, ନିବେଦିତା ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶେଷରେ କ୍ଷେତ୍ର ସଂଗଠନ ମନ୍ତ୍ରୀ, ସଂଯୁକ୍ତା ଜୀ ପ୍ରାର୍ଥନା ଓ ଶାନ୍ତି ପାଠ କରାଇଥିଲେ।