ଘରୋଇ ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ଶନିବାର ଠାରୁ ବସ୍‌ ଧର୍ମଘଟ  ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ

ଭୁବନେଶ୍ୱର,୨୩/୦୧/୨୦୨୬ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି। ଆସନ୍ତାକାଲି ଶନିବାର ଠାରୁ ବସ୍‌ ଧର୍ମଘଟ  ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ବିଭିନ୍ନ ଜିଲାର ଜିଲାପାଳମାନେ ମୁଖ୍ୟମନ୍ତ୍ରୀ ବସ୍‌ ସେବାକୁ ଜିଲା ସଦର ମହକୁମାକୁ ଚଳାଇବା ନିଷ୍ପତ୍ତିକୁ ଜିଲା ଘରୋଇ ବସ ମାଲିକ ସଂଘ ବିରୋଧ କରିଥିଲା । ଯାହାକୁ ନେଇ ଗଲା ୭ ଦିନ ଧରି ବିଭିନ୍ନ ଜିଲାରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଶୁକ୍ରବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଓ ପରିବହନ କମିଶନରଙ୍କ ସହିତ  ଘରୋଇ ବସ ମାଲିକ ସଂଘ ର ଆଲୋଚନା ହୋଇଥିଲା ।

ଆଲୋଚନା ପରେ ବସ ଧର୍ମଘଟରୁ ଓହରିବ ବୋଲି ସ ସଂଘ  ନିଷ୍ପତ୍ତି ନେଇଛି । ବ୍ଲକକୁ ଜିଲାରୁ ବସ୍‌ ଗଡିବ ନାହିଁ ବୋଲି ଚଳିତ ମାସ ୨୪ ତାରିଖରୁ ରାଜ୍ୟ ବ୍ୟାପି ଧର୍ମଘଟ ଆନ୍ଦୋଳନ ଡାକରା ଦେଇଥିଲା ରାଜ୍ୟ ଘରୋଇ ବସ ମାଲିକ ସଂଘ। ଏନେଇ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେଦ୍ର ସାହୁ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିଲା। ଆଲୋଚନାରେ  ପୂର୍ବଭଳି ଗାଁରୁ ବ୍ଲକ ମୁଖ୍ୟମନ୍ତ୍ରୀ ବସ ଚାଲିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାହା ସହ ଆଉ କେଉଁଠି ଗାଡି ଗଡ଼ିବ କି ନାହିଁ ସେନେଇ କମିଟି ନିଷ୍ପତି ନେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *