ଭୁବନରେ ମହାପ୍ରଭୁ ଙ୍କ ସୁନାବେଶ

 ଭୁବନ ୦୬/୦୭/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ସୁନା ବେଶ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ପ୍ରଭୁଙ୍କର ସମସ୍ତ ନୀତି ସମ୍ପନ୍ନ ହେବାପରେ ସନ୍ଧ୍ୟା ୬ ଘଟିକା ରେ ସନ୍ଧ୍ୟାଧୂପ, ଆଳତୀ କରାଯାଇଥିଲା । ପରେ ମୁଖ୍ୟ ପୁରୋଧା ତୁଷାରକାନ୍ତି ମିଶ୍ର ଙ୍କ ସମେତ ଅନ୍ୟ ସେବାୟତ ମାନେ ରଥାରୂଢ଼ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ସୁନାବେଶ ରେ ସଜ୍ଜିତ କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଧୀରେନ ସ୍ୱାଇଁ ଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ସୁନାବେଶ ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *