ଶିର୍ଲୋ ଅଞ୍ଚଳରେ ଚିତା ବାଘ ଆତଙ୍କ, ଭୟରେ ଅଙ୍ଗନବାଡି ଓ ସ୍କୁଲ ବନ୍ଦ

କଟକ ସଦର, ୧୬/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ସିର୍ଲୋ ଠାରେ ଏକ ଚିତା ବାଘ କୁ ଗତକାଲି ଗୁରୁବାର ରାତିରେ ଲୋକମାନେ ଦେଖି ଭୟଭୀତ ହୋଇ ପଡିଛନ୍ତି।ବାଘକୁ ଭୋଇ ସାହି ନିକଟରେ ଦେଖି ଗୋଡାଗୋଡି କରିବାରୁ ସିଏ ମହାପାତ୍ର ସାହି ପଟକୁ ଡିଆଁ ମାରି ପଳାଇ ଯାଇଥିବା ବେଳେ କେଉଁ ଠାରେ ଛପି ଯାଇଥିବା ରୁ ଆଉ ଦେଖାଯାଉନାହିଁ।ବନ ବିଭାଗର କର୍ମଚାରୀମାନେ ଖଵର ପାଇ ସିର୍ଲୋ ରେ ପହଞ୍ଚି ଆଜି ଶୁକ୍ରବାର ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡିଛି। ହେଲେ ବାଘ ଭୟରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ବେଳେ ଡରରେ ଅଙ୍ଗନବାଡି ଓ ସ୍କୁଲ ସବୁକୁ ବନ୍ଦ କରିଦିଆ ଯାଇଛି  ।

Leave a Reply

Your email address will not be published. Required fields are marked *