ଜିଲ୍ଳା ପ୍ରଶାସନ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା-୨୦୨୩ ରେ ଜିଲ୍ଳାରୁ ଉତ୍ତୀର୍ଣ୍ଣ କୃତୀ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର,୧୧/୧୨/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଓଡ଼ିଶା ପ୍ରଶାସନିକ ସେବା-୨୦୨୩ ରେ ଜଗତସିଂହପୁର ଜିଲ୍ଲାରୁ ଉତ୍ତୀର୍ଣ୍ଣ ନୂତନ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମହୋଦୟ ପ୍ରଥମେ ନୂତନ ଅଧିକାରୀମାନଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ ଓ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଥିଲେ ।

ସେ ତାଙ୍କ ପ୍ରଶାସନିକ କର୍ମକ୍ଷେତ୍ରରେ ସମ୍ମୁଖୀନ ହୋଇଥିବା କିଛି ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ଏବଂ ସଚ୍ଚୋଟ ଓ ସ୍ୱଚ୍ଛ ଭାବରେ ନିଜ କର୍ମ କ୍ଷେତ୍ରରେ ଆଗେଇବା ପାଇଁ କହିଥିଲେ ।ଏହି ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ନୂତନ ଅଧିକାରୀମାନଙ୍କୁ ସଚ୍ଚୋଟତାର ସହ ଲୋକମାନଙ୍କ ସେବା କରିବା ପାଇଁ ଉପଦେଶ ଦେବା ସହ ସେମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଉନ୍ନତି କରିବା ଦିଗରେ ପ୍ରୋତ୍ସାହନ ଦେଇଥିଲେ । ସଭାରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ କହିଥିଲେ ଯେ ଶିକ୍ଷା ହେଉଛି ଏକ ନିରନ୍ତ

ର ପ୍ରକ୍ରିୟା ଏବଂ ଆମେ ପ୍ରତ୍ୟେକ ଦିନ ପ୍ରତ୍ୟେକ କ୍ଷେତ୍ରରେ ଶିଖିବା ଓ ତାକୁ କାର୍ଯ୍ୟକାରୀ କରିବା । ସେ ମଧ୍ୟ ତାଙ୍କ ଚାକିରି କ୍ଷେତ୍ରର ବିଭିନ୍ନ ଅଭିଜ୍ଞତା ବିଷୟରେ କହିଥିଲେ । ସଭାରେ ଉପସ୍ଥିତ ରହି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ନିଜ ପ୍ରଶାସନିକ ସେବାର ଯାତ୍ରା ଓ କିଛି ଅଭିଜ୍ଞତା ବିଷୟରେ କହିଥିଲେ ଓ ସର୍ବଦା ଜନସାଧାରଣଙ୍କ ସେବାକୁ ଗୁରୁତ୍ବ ଦେବା ପାଇଁ ସେ ନୂତନ ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ । ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି ସଭା ପରିଚାଳନା କରିଥିଲେ । ଶେଷରେ ଜିଲ୍ଲାପାଳ ଓ ଉଚ୍ଚ ପଦାଧିକାରୀ ମାନେ ନୂତନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଉତ୍ତରୀୟ, ଫୁଲ କୁଣ୍ଡ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଡେପୁଟି କଲେକ୍ଟର ଶ୍ରୀ ଭରତ ଚନ୍ଦ୍ର ପରିଡ଼ା, ଅନ୍ୟାନ୍ୟ  ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *