ଜୁନାଗଡ଼, ୦୧/୧୧/୨୦୨୪ (ଓଡ଼ିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ. ଏ. ସି ପରିସରରେ ଆଜି ୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୁନାଗଡ଼ ଏନ. ଏ.ସି ଭାରପ୍ରାପ୍ତ ଅଧ୍ୟକ୍ଷା ହିମାଦ୍ରୀ ନାଏକ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଶ୍ରୀ ତ୍ରିଲୋଚନ ସିଂ ବେଲଦାର, ଜୁନାଗଡ଼ ବରିଷ୍ଠ ନାଗରିକ ସଂଗଠନ ର ସଭାପତି ତଥା ଜୁନାଗଡ଼ ଏନ. ଏ. ସି ପୂର୍ବତନ କାର୍ୟ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରି, ବିଶିଷ୍ଟ ଲେଖକ କୈଳାଶ ଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ଯୋଗଦାନ କରି କଳାହାଣ୍ଡି ଜିଲ୍ଲା ଗଠନ ଏହାର ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଜୁନାଗଡ଼ ସହର ଅନେକ ବୁଦ୍ଧିଜୀବୀ, ନାଗରିକ ଓ ସମସ୍ତ ୱାର୍ଡ ର କାଉନସିଲର ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ଜୁନାଗଡ଼ ଏନ. ଏ. ସି କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ପ୍ରଦାନ କରିଥିଲେ ଏବଂ ସଭା ପରିଚାଳନା କରିଥିଲେ କନ୍ଦର୍ପ ଗୁରୁ ।