ପରମହଂସ ସରପଂଚ ଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ୨୧ ରେ

କଟକ ସଦର, ୦୮/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଂଚ ତ୍ରିଲୋଚନ ପାତ୍ର (ଅଶୋକ)ଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ଭୋଟ ଆସନ୍ତା ୨୧ ତାରିଖ ରେ ଅନୁଷ୍ଠିତ ହେବ ବୋଲି କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ରୁ ଜଣାପଡିଛି।

ସୂଚନାଯୋଗ୍ୟ ଯେ ପଞ୍ଚାୟତର ୧୭ ଜଣ ୱ।ର୍ଡ ସଭ୍ୟ/ ସଭ୍ୟା ମଧ୍ୟରୁ ୧୬ ଜଣ ସରପଂଚ ଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ସଦର ଵ୍ଲକରେ ସେମାନଙ୍କ ର‌ ଦସ୍ତଖତ ଯାଞ୍ଜ କରାଯାଇ ଠିକ୍ ଥିବା ରୁ ଅନାସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଜଣାପଡିଛି।୧୮ ଟି ୱ।ର୍ଡ ମଧ୍ୟରୁ ଗୋଟିକରେ ବୈଷୟିକ ତୃଟି ପାଇଁ ଭୋଟ ହୋଇନଥିବା ରୁ ସେଠାରେ କେହି ୱ।ର୍ଡ ସଭ୍ୟ ନାହାଁନ୍ତି। ଅବଶିଷ୍ଟ ୧୭ ରୁ ଜଣେ ଅନାସ୍ଥା ସପକ୍ଷରେ ନଥିବା ଜଣାପଡ଼ିଛି। ତେବେ ୨୧ କୁ ପଞ୍ଚାୟତଵାସୀ ଙ୍କ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *