ରାଜ୍ୟ ସଂଗଠନରେ ଦୁଇଟି ପଦବୀ ପାଇଁ କଟକ ସଦର ବିଜେଡ଼ି ପକ୍ଷରୁ ଚନ୍ଦ୍ର ସାରଥି ବେହେରାଙ୍କୁ ସମ୍ବର୍ଦ୍ଧନା 

କଟକ ସଦର ,୨୯/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସଂଗଠନରେ ବରିଷ୍ଠ ସାଧାରଣ ସମ୍ପାଦକ ଓ ଏସ ସି ସେଲ୍ କାର୍ଯ୍ୟକାରୀ ସଭାପତି ଭାବେ ଏହିପରି ଦୁଇଟି ଗୁରୁତ୍ଵପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ  ଗତ କାଲି  ଶୁକ୍ରବାର ଦିନ କଟକ ସଦର ବିଜେଡ଼ି ପକ୍ଷରୁ ଚନ୍ଦ୍ର ସାରଥିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଜୀବନ ସାମନ୍ତରାୟ, ରଜନୀକାନ୍ତ ସାହୁ,ସମର ବେହେରା,ଅଜୟ ଦଳେଇ, ଅଚ୍ୟୁତାନନ୍ଦ ଦାସ, ପ୍ରମୋଦ ମହାପାତ୍ର,ରୁସ୍ତମ ମହମ୍ମଦ,ଶରତ ରାୟ, ମହେନ୍ଦ୍ର ବେହେରା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *