ପହଲଗାମ୍ ରେ ଆତଙ୍କି ହମଲାରେ ନିହତଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା

କେନ୍ଦ୍ରାପଡ଼ା,୨୫/୦୪/୨୦୨୫(ଓଡ଼ିଶା ସମାଚାର)- ଜାମ୍ମୁକାଶ୍ମିରୀର ପହଲଗାମ୍ ଠାରେ ଆତଙ୍କି ହମଲାରେ ନିହତ ବ୍ୟକ୍ତିବିଶେଷମାନଙ୍କ ପାଇଁ କେନ୍ଦ୍ରାପଡା ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡରେ ଏକ ମହମବତୀ ଶୋଭାଯାତ୍ରା ଜିଲା କଂଗ୍ରେସ କମିଟି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏଥିସହିତ ମୃତକମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଆଳିର ବିଧାୟିକା ପ୍ରାର୍ଥିନୀ ଡା. ଦେବସ୍ମିତା ଶର୍ମା, ମହାକାଳପଡାର ବିଭ୍ରାଂଶୁଶେଖର ଲେଙ୍କା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ଯୁବନେତା ସତ୍ୟପ୍ରିୟ ସାମଲ, ଆଶିଷ ଲେଙ୍କା, ହିମାଂଶୁ ନନ୍ଦ, ଉମେଶ ପାଢୀ, ସନ୍ତୋଷ ବେହେରା, ସେକ ସମସେର, ସେକ ମୀରଉଦ୍ଧିନ,ଜ୍ୟୋତିରଞ୍ଜନ ପରିଡା, ରବି ନାରାୟଣ ବେହେରା, ମାନଗୋବିନ୍ଦ ଦାସ, ରାଜକିଶୋର ମିଶ୍ର, ଅସ୍ମତ ଅଲ୍ଲୀ, ହବିଉଲ୍ଲା, ଅଜମତ ଅଲ୍ଲୀ, ଶୈଳେନ୍ଦ୍ର ମଳିକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *