୨୦୧୦ ବ୍ୟାଚ ମାଚ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସହିତ ଗୁରୁପୂଜନ ଉତ୍ସବ 

 ନିରାକାର ପୁର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ନିରାକାରପୁର  କ୍ଷେତ୍ରବାସୀ ଏକାଡେମୀ ର   ୨୦୧୦ ମସିହା ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସହିତ ଗୁରୁପୂଜନ ଉତ୍ସବ ସ୍ଥାନୀୟ ତୋଟାଭଗବତୀଙ୍କ ପୀଠ ରେ  ଆୟୋଜିତ ହୋଇଯାଇଛି । ଶିକ୍ଷକ ଦେବନାରାୟଣ ହୋତା ଓ ଶିକ୍ଷକ ଉମେଶ ମିଶ୍ର ଅତିଥି ଭାବେ ଯୋଗ ଦେଇ ସମର୍ପଣ ଭାବନାରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ପରିଣତ ବୟସରେ ପିତାମାତାଙ୍କର ଉପଯୁକ୍ତ ଯତ୍ନନେବାପାଇଁ ପିଲାମାନଙ୍କୁ ନୈତିକଶିକ୍ଷା ଦେବାପାଇଁ ପରାମର୍ଶ ଦେଇଥିଲେ ।  ଗୁରୁଜୀମାନଙ୍କୁ ପୁଷ୍ପଗୁଚ୍ଛ ଊତ୍ତରୀୟ  ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା ।ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀମାନେ ଗୁରୁମାନଙ୍କ ଗହଣରେ ଏକାଠି ହୋଇ ବନ୍ଧୁ ମିଳନ ସହିତ ଗୁରୁପୂଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଊତ୍ସାହିତ ଥିବାର ଜଣାପଡୁଥିଲା ।ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *