ଭାରତୀୟ ଭୂ ବୈଜ୍ଞାନିକ ସର୍ବେକ୍ଷଣର ୧୭୫ ବର୍ଷ ପାଳନ ଅବସରରେ ଏକ ୱାକାଥନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୦୨/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦେଶର ପ୍ରମୁଖ ଭୂ-ବିଜ୍ଞାନ ସଂଗଠନ ଭାବରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ(ଜି.ଏସ.ଆଇ.) ଆସନ୍ତା ୪ ମାର୍ଚ୍ଚ ୨୦୨୫ ରେଦେଶ ପ୍ରତି ଏହାର ଗୌରବମୟ ସେବାର ୧୭୫ ତମ ବର୍ଷରେ ପ୍ରବେଶ କରୁଛି। ଏହି ଐତିହାସିକ ଘଟଣା ପାଳନ କରିବା ପାଇଁଜିଏସଆଇ ପକ୍ଷରୁ ସାରା ଦେଶରେ ସେମିନାର, କର୍ମଶାଳା, ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ସହିତ ଏକ ବର୍ଷ-ବ୍ୟାପୀ ଉତ୍ସବ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକଳାପର ଏକ ଅଂଶ ସ୍ୱରୂପ୨ ମାର୍ଚ୍ଚ ୨୦୨୫ ରେ ଜିଏସଆଇ ଦ୍ୱାରା ଏକ ଦେଶ ବ୍ୟାପୀ ୱାକାଥନ୍ ଅନୁଷ୍ଠିତ ହୋଇଥିଲା। ଜିଏସଆଇ, ରାଜ୍ୟୟୁନିଟ୍: ଓଡ଼ିଶା ଭୁବନେଶ୍ୱରରେ ମଧ୍ୟ ଏକ ୩.୫ କିଲୋମିଟର ୱାକାଥନ୍ ଆୟୋଜନ କରାଯାଇଥିଲା,

ଯେଉଁଥିରେ ଜି ଏସଆଇରେ କର୍ମରତ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସହଯୋଗୀ ସଂଗଠନର ସଦସ୍ୟ, ଆଇଏମଏମଟି ଭଳି ଅନ୍ୟାନ୍ୟ ସରକାରୀ ସଂଗଠନ, ଓଡ଼ିଶା ସରକାରଙ୍କ ଭୂତତ୍ତ୍ୱଏବଂଖଣିବିଭାଗ, ରାଜଧାନୀ କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସମେତ ପ୍ରାୟ ୪୦୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟକ ଅବସରପ୍ରାପ୍ତ ଜିଏସଆଇ ଅଧିକାରୀ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଯୁବ ପ୍ରତିଭାଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ସୁଶ୍ରୀ ଅନୁରାଧା ବିଶ୍ୱାଳ ଏବଂ ଆନ୍ତର୍ଜାତୀୟ କରାଟେ ଖେଳାଳି ସୁଶ୍ରୀ ଭାଲେନା ଭାଲେଣ୍ଟିନା ସାମିଲ ହେଇ ଏହାର ଶୋଭା ବର୍ଦ୍ଧନ କରିଥିଲେ ।ଏହି ଉଭୟ କ୍ରୀଡା ବ୍ୟକ୍ତିତ୍ୱ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଭାଷଣରେ ସମାଜ ପାଇଁ ଏବଂ ବିଶେଷକରି ଖଣିଜ ସମୃଦ୍ଧ ରାଜ୍ୟ ଓଡ଼ିଶା ପାଇଁ ଜିଏସଆଇ ର ଭୂମିକାକୁ ପ୍ରଶଂସା କରିବା ସହ ଦେଶସେବା ପାଇଁ ସର୍ବଦା ଫିଟ୍ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜିଏସଆଇ ରାଜ୍ୟ ଏକକ ଓଡ଼ିଶାର ଉପ-ମହାନିର୍ଦ୍ଦେଶକ ଶ୍ରୀପଙ୍କଜ କୁମାର, ରାଷ୍ଟ୍ର ନିର୍ମାଣରେ ଜିଏସଆଇ ର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ୱାକାଥନର ମୁଖ୍ୟ ସ୍ଲୋଗାନ ‘ଏକ ସୁରକ୍ଷିତ ବିଶ୍ୱପାଇଁ ଭୂ-ବିଜ୍ଞାନର ଭୂମିକା’ଉପରେ ଗୁରୁତ୍ୱାରୋପ କରିଥିଲେ ।

ନିର୍ଦ୍ଦେଶକ ଏବଂ କାର୍ଯ୍ୟାଳୟ ମୁଖ୍ୟ ଡ଼. ଅସିତ କୁମାର ସ୍ୱାଇଁ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ୱାକାଥନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବରେ ସେ ଏନ ଏମ ଡି ସି, ନାଲକୋ, ୟୁକୋ ବ୍ୟାଙ୍କ ଏବଂ ଆଇଜିଓ କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ଏହି ୱାକାଥନ ସକାଳ୭.୩୦ରେ ଜିଏସଆଇ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଷ୍ଟିୱାର୍ଟ ସ୍କୁଲ ଜଙ୍କସନ୍, ଜଳେଶ୍ୱର ମନ୍ଦିର, ଓୟୁଏଟି ଅତିଥି ଭବନ, ୟୁନିଟ୍-୮ ଡିଏଭି ସ୍କୁଲ ରାସ୍ତା ଦେଇ ସକାଳ ୮.୩୦ ରେ ଜିଏସଆଇ କାର୍ଯ୍ୟାଳୟକୁ ଫେରିଥିଲେ। ସମସ୍ତ ଅଂଶଗ୍ରହଣକାରୀ ପଦଯାତ୍ରା ସମୟରେ ବହୁତ ଉତ୍ସାହ ଦେଖାଇଥିଲେ ଏବଂ ଦେଶର ବିକାଶରେ ଜିଏସଆଇର ଭୂମିକା ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *