କଟକ ସଦର,୨୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରେଭେନ୍ସା ବିଶ୍ୱବିଦ୍ୟାଳୟ ଟିଚର୍ସ ଆସୋସିଏସନ୍ (ରୁଟା) ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିଥିଵା ଅନୁମାନ କରା ଯାଉଥିଲା ।
ହେଲେ ଆଜି ଶୁକ୍ରବାର ଦିନ ଏହା ପୁଣି ମୁଣ୍ଡ ଟେକିଛି। ରେସପେକ୍ଟ ଟିଚର,ରେସପେକ୍ଟ ଫିଉଚର ଏବଂ ରେଭେନ୍ସାର ସ୍ୱଚ୍ଛତା ଦାବିରେ ଆଜି ରୁଟାର ଅଧ୍ୟାପକ/ଅଧ୍ୟାପିକା ମାନେ କୁଳପତିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କୁଳପତି ଚାପରେ ଚାପି ହୋଇ ହଷ୍ଟେଲ ୱ।ର୍ଡେନ୍ ନିଯୁକ୍ତି ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ରୁଟା ରେ ଥିବା ଅଧ୍ୟାପକ/ଅଧ୍ୟାପିକା ମାନେ ସମୁହ ଛୁଟିରେ ଯାଇଥିବା ଜଣାପଡିଛି। ତେବେ ଏହି ବିବାଦ ଆଗକୁ କେଉଁ ରୂପ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
ରେଭେନ୍ସା ବିବାଦ ତେଜିଲା, “ରେସପେକ୍ଟ ଟିଚର,ରେସପେକ୍ଟ ଫିଉଚର” ଦାବିରେ ‘ରୁଟା’ର ଧାରଣା
