କଟକ,୨୭/୧୦/୨୦୨୫(ଓଡ଼ିଶା ସମାଚାର)- ସମଗ୍ର ଶିକ୍ଷା କଟକ ଆନୁକୂଲ୍ୟରେ ଜିଲା ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଏକ ପଢ଼ିବା ଓ ଲେଖିବାରେ ଅକ୍ଷମତା ସଚେତନତା ଦିବସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସି. ଡି. ଏ ସେକ୍ଟର -୭ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଜିଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସଞ୍ଜୁବାଳା ମିଶ୍ର ବିଆଇସିସି ଏବିଓ ଦେବେନ୍ଦ୍ର ଗମେଙ୍ଗା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ମଣ୍ଡଳ ସମ୍ବଳକର୍ମୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମିଶି ମୋଟ ୨୦୫ ଜଣ ଭାଗ ନେଇଥିଲେ । ସାଧନ କର୍ମୀ ଭାବରେ କବିତା ପାଟଶାଣି ଓ ଲକ୍ଷ୍ମୀ ପ୍ରିୟା ରାଉତ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ତାରେ ଜମିନ ପର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା ।
