ମୀରାବାଈ କଳା ବିକାଶ କେନ୍ଦ୍ର ତରଫରୁ ରଜ ମହକ

ଭୁବନ,୧୪/୦୬/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ – କଣପାଳ ପଞ୍ଚାୟତର ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ମୀରାବାଈ କଳା ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରଜ ମହକ ଅନୁଷ୍ଠିତ ହୋଇଯାଇଛି । କଳା ବିକାଶ କେନ୍ଦ୍ର ସମ୍ପାଦକ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଦୌରା ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ,ଭୁବନ ହେଉଛି କଳା,ସାହିତ୍ୟ,ସଂସ୍କୃତି ର ଗନ୍ତାଘର । ମୀରାବାଈ କଳା ବିକାଶ କେନ୍ଦ୍ର ଜରିଆରେ ଅନେକ କଳାକାର ତିଆରି କରି ଭୁବନ କୁ ଗୌରବାନ୍ଵିତ କରିଥିବାରୁ ସମ୍ପାଦକ ଭଗବାନ ଗୁରୁ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟବକ୍ତା ଭାବେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ମହୁଲପାଳ ସରପଞ୍ଚ ଲିପ୍ସା ରାଉତ,ଚିତ୍ରଶିଳ୍ପୀ ନାରାୟଣ ସାହୁ ଯୋଗଦେଇଥିଲେ । କବି ସୁରେନ୍ଦ୍ର କୁମାର ପୃଷ୍ଟି,କବୟିତ୍ରୀ ଉପମା ସାମଲ ସଂଯୋଜନା ରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ କବି ପ୍ରଶାନ୍ତ ଦ୍ୱିବେଦୀ,ହରିହର ସାହୁ,ବିଳାସିନୀ ମିଶ୍ର,ପ୍ରଜ୍ଞା ସାହୁ,ବିଳାସିନୀ ପୃଷ୍ଟି ପ୍ରମୁଖ ବହୁ କବି ସ୍ଵରଚିତ କବିତା ପାଠୋତ୍ସବ କରି ରଜ କୁ ସ୍ବାଗତ କରିଥିଲେ । ଏହି ଅବସରରେ କଳା ବିକାଶ କେନ୍ଦ୍ର କଳାକାର ଙ୍କ ଦ୍ଵାରା ସହିଦ ବୀର ବାଜି ରାଉତ ଗୀତିନାଟ୍ୟ ପରିବେଷଣ ହୋଇଥିଲା । କୁନି କଳାକାର ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଶାନ୍ତନୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *