ସାଇବର ଅପରାଧ ସମ୍ପର୍କିତ ଆଇନ ସଚେତନତା ଶିବିର

କଟକ, ୧୧/୯/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ଆଠଗଡ ତାଲୁକ ଆଇନସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ସାଇବର ଅପରାଧ ଓ ପୋକସୋ ଆଇନ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଏଥିରେ ଅଧ୍ୟକ୍ଷତା କରି  ଆଇନ ସମ୍ବନ୍ଧରେ ଜାଣିବା, ସଚେତନ ହେବା ଓ ସତର୍କତା ଅବଲମ୍ବନ ଦ୍ୱାରା ଜନସାଧାରଣ ସାଇବର ଅପରାଧରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ପୋକସୋ ଆଇନ କଣ, ଏବଂ ଏହି ଆଇନର ବିଭିନ୍ନ ଦିଗ ଉପରେ ଏଡିଜେ ବିସ୍ତୃତ ଭାବେ ବୁଝାଇଥିଲେ । ଆଠଗଡ ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସମ୍ମାନିତ ବକ୍ତା ଭାବେ ଆଇନଜୀବୀ ବିଷ୍ଣୁ ପ୍ରସାଦ ସାହୁ, ପ୍ରସନ୍ନ କୁମାର ରାଉତ, ସୁପ୍ରଭା ଦୋରା, ଶ୍ରୀନିବାସ ଦାସ ଓ ଆଠଗଡ ଥାନା ଉପନିରୀକ୍ଷକ ଜନ୍ମିତା ସାସମଲ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ସାଇବର ଅପରାଧର ନୂଆ ନୂଆ ଶୈଳୀ ଉପଯୋଗ କରି ଅପରାଧୀ କିପରି ଲୋକଙ୍କୁ ଠକୁଛନ୍ତି ସେ ସମ୍ପର୍କରେ ପୁଲିସ ଉପନିରୀକ୍ଷକ ଶ୍ରୀମତି ସାସମଲ୍ ଅବତାରଣା କରିବା ସହ ସତର୍କତା ଅବଲମ୍ବନ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ସଭାରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *