କଟକ ସଦର ,୨୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅଞ୍ଚଳରେ ମହାପୁରୁଷ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଆଜି ବୁଧବାର ପୂର୍ବାହ୍ନରେ ବିଭିନ୍ନ ମୁସଲମାନ ବସ୍ତିରେ ଜୁଲୁସ୍ (ଶୋଭାଯାତ୍ରା) ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଅପରାହ୍ନରେ ଗଡମା ଠାରୁ ପ୍ରହରାଜପୁର,ନାରଦା,ଵାଲିସୁକ୍ରି, କିଶନନଗର ଦେଇ ସୋମପୁର ପର୍ଯ୍ୟନ୍ତ ବିଭିନ୍ନ ମୁସଲମାନ ବସ୍ତିରୁ ଆସିଥିବା ଏକ ହଜାରରୁ ଉର୍ଦ୍ଧ୍ବ ଏଵଂ ଦୁଇ ହଜାରରୁ ଉର୍ଦ୍ଧ୍ବ ମୁସଲିମ ଶ୍ରଧାଳୁଙ୍କୁ ନେଇ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା (ଜୁଲୁସ୍) ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଜଣାପଡିଛି। 

ଏହି ଅବସରରେ ଗଡମା ଠାରେ କେତେକ ବ୍ୟକ୍ତିବିଶେଷ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲାଵେଳେ ଶୋଭାଯାତ୍ରା ପରିଚାଳନାରେ ସର୍ଦ୍ଦାର ଆସିଫ୍ ଅଲ୍ଲୀ ଖାନ, ସରପଂଚ ଅବଦୁଲ ୱ।ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାନ,ରୁସ୍ତମ ମହମ୍ମଦ,ସୟଦ କୈ।ଶର ଅଲ୍ଲୀ,ସଫିକ ମହମ୍ମଦ, ଶେଖ୍ ଗୟାସ ଉଦ୍ଦିନ୍, ଅବଦୁଲ ଵୁରାହାନ, ୟାକୁବ ଅଲ୍ଲୀ,ସାଵିର ଅଲ୍ଲୀ, ଶେଖ୍ ସରୱ।ର, ତଜମୁଲ୍ ହୁସେନ, ଅସରଫ୍ ଅଲ୍ଲୀ ଖାନ,ନାସିର ଉଦ୍ଦିନ ଖାଁ,ଆସିକ୍ ଖାନ୍,ଅନିସ୍ ଖାଁ ପ୍ରମୁଖ ସହାୟତା କରିଥିଲେ।
