ବିଶ୍ୱ ପ୍ରସିଦ୍ଧ ଐତିହାସିକ ମୁକ୍ତାକାଶ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

– ନଭେମ୍ବର ୨୪ ରୁ ଡିସେମ୍ବର ୪ ତଳ ଓ ଉପର ପଡ଼ିଆରେ ହେବ

କଟକ ସଦର ,୨୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱପ୍ରସିଦ୍ଧ ଐତିହାସିକ କଟକର ମୁକ୍ତାକାଶ ବାଲିଯାତ୍ରା ପାଇଁ ଆଜି ବୁଧବାର ଛୁଟି ଦିନରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେଙ୍କ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କେଏମସି କମିଶନର କିରଣଦୀପ କଉର ସହୋଟା ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରା ଚଳିତ ଥର ଉପର ଓ ତଳ ପଡ଼ିଆରେ ହେବ ବୋଲି ସ୍ଥିର କରାଯାଇଥିବା ଜଣାପଡିଛି। ଏଥିପାଇଁ ପୂର୍ବାପେକ୍ଷା ଅଧିକ ପାର୍କିଂ ସ୍ଥାନ କରାଯିବା ସହିତ ଯାତ୍ରା ଆରମ୍ଭରୁ ମହାନଦୀରେ ଜଳକ୍ରୀଡା ପାଇଁ ବନ୍ଦୋବସ୍ତ କରାଯିବ ବୋଲି ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *