କଟକ ସଦରର ଦୁଇ ବିଜେପି ନେତା ଙ୍କୁ ଶ୍ରଦ୍ଧାଞ୍ଜଳି 

କଟକ ସଦର,୨୫/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଦୁଇ ବିଜେପି ନେତାଙ୍କ ବିୟୋଗରେ ଗତକାଲି ବୁଧବାର ରାତିରେ ସେମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ବହୁ ନେତୃମଣ୍ଡଳୀ ଙ୍କ ସହିତ ସାଧାରଣ ଲୋକେ।

କଟକ ଜିଲ୍ଲା ର ବରିଷ୍ଠ ବିଜେପି ନେତା, କ୍ରୀଡ଼ାଵିତ୍,ସମଵାୟଵିତ୍,କୃଷିଵିତ୍, ପୂର୍ବତନ ସରପଂଚ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ କୁମାର ଦଳେଇ ଙ୍କ ପରଲୋକରେ ଆମଣ ପଞ୍ଚାୟତ ସାଶୋଳ ଗ୍ରାମରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ରାଜ୍ୟ ଵିଜେପି ଉପସଭାପତି ଗୋଲକ ମହାପାତ୍ର, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ,ରାଜ୍ୟ ଵିଜେପି ମୁଖପାତ୍ର ଦିଲିପ ମଲ୍ଲିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର,ସ୍ୱ।ଧିନ ମହାନ୍ତି,ପ୍ରତାପ ଚନ୍ଦ୍ର ରାଉତ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇ କ୍ଷିରୋଦ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ।

ସେହିପରି ରାଜ୍ୟ ଗୋ ସୁରକ୍ଷା ମଞ୍ଚର ସକ୍ରିୟ ସଭ୍ୟ, ପ୍ରଖର ହିନ୍ଦୁ ଭକ୍ତ,ସନାତନୀ ସେନାର ଆଜିଵନ ସଦସ୍ୟ ସନାତନ ସେଠୀ ଙ୍କ ଅକାଳ ବିୟୋଗରେ ତାଙ୍କ ପାଇଁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ଲଲାଟେନ୍ଦୁ ଵଡୁ, ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, ସମାଜସେବିକା ଦିଵ୍ୟାଶ୍ରୀ ଦାସ ପ୍ରମୁଖ ବହୁ ସନାତନ ପ୍ରେମୀ ବ୍ୟକ୍ତିବିଶେଷ ଯୋଗଦେଇ କଟର ହିନ୍ଦୁ ଭକ୍ତ ସନାତନଙ୍କ ସ୍ମୃତି ଚାରଣ କରିଥିଲେ। ସୂଚନାଯୋଗ୍ୟ ଯେ ସନାତନ ଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରର ଦାୟିତ୍ବ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନିଜ ପକ୍ଷରୁ ନେଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *