ଭୁବନ,୨୫/୦୮/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବ୍ରହ୍ମାକୁମାରୀ ସମାଜ ସେବା ପ୍ରଭାଗ ଓ ତୃପ୍ତି ପାଠାଗାର ସହଯୋଗରେ ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତସଂଗ୍ରହ କରାଯାଇଛି। ରାଜଯୋଗିନୀ ଦାଦି ପ୍ରକାଶମଣି ଙ୍କ ୧୯ ତମ ପୁର୍ଣ୍ୟ ତିଥୀ ଅବସରରେ ବିଶ୍ୱ ବନ୍ଧୁତ୍ୱ ଦିବସ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମକୁ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସୌଦାଗର ବେହେରା,ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧକ୍ଷ ରଥ ସେଠି,ପ୍ରକୃତି ବନ୍ଧୁ ପ୍ରଶାନ୍ତ ଦିବେଦୀ,ବାଲିବୋ ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ, ଗୋପବନ୍ଧୁ ଦାସ ସେବା ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ନିରଞ୍ଜନ ଗୁରୁ,ମହାଲକ୍ଷ୍ମୀ ବଣିକ ସଙ୍ଘର ସଭାପତି ଦୁଷ୍ମନ୍ତ ପୃଷ୍ଟି, ଭୁବନ ହାଇସ୍କୁଲ ସଭାପତି ବସନ୍ତ ପୋଥାଳ, ସମାଜସେବି ସୁବାସ ମେହେଣା ଯୋଗ ଦେଇଥିଲେ।
ଉଦଯାପନୀ ଉତ୍ସବରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ଦାସ, ବୀରେନ୍ଦ୍ର ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବିଜୟା ସଂଯୋଜନା କରିଥିବା ବେଳେ ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମନମୋହନ ପୃଷ୍ଟି,ଶ୍ୟାମସୁନ୍ଦର ଦାଶ ଙ୍କ ସମେତ ଆଶ୍ରମର ଶତାଧିକ ଆଶ୍ରିତ ସକ୍ରିୟ ସହଯୋଗ କରିଥିଲେ।
ଭୁବନ ଡାକ୍ତରଖାନାର ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ, ଡାକ୍ତର ସତ୍ୟବାନ ମହାଳିକ, ଢେଙ୍କାନାଳ ରକ୍ତଭଣ୍ଡାରର ପରମାନନ୍ଦ ପଣ୍ଡାଙ୍କ ସମେତ ଡାକ୍ତରୀ ଟିମ ସହଯୋଗ କରିଥିଲେ। ସବୁଠାରୁ ଚର୍ଚିତ ବିଷୟ ଥିଲା ଦି ଗୋଲଡ଼ ପରିବାର ପକ୍ଷରୁ ଦୀପଜ ବିହାରୀ ଙ୍କ ନେତୃତ୍ୱରେ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଚାରି ଯୋଡ଼ା ସ୍ୱାମୀ ସ୍ତ୍ରୀ ଶୁକଦେବ ନାୟକ ଲିଲି ନାୟକ ପ୍ରବାସୀ କାରୁଆ ଶାନ୍ତିଲତା କାରୁଆ,ସୁଶାନ୍ତ ମଲ୍ଲିକ,ମାନିନୀ ମଲ୍ଲିକ,ନୀଳମାଧବ ସେନାପତି ଆରତୀ ସେନାପତି , ଦୁଇ ଯୋଡ଼ା ଭାଇଭଉଣୀ, ଦୁଇ ଯୋଡ଼ା ଭାଇ ରକ୍ତଦାନ କରିଥିଲେ।
