ୟୁନିୟନ ଫର୍ କଟକ ସଦର ପକ୍ଷରୁ ମେଗା ରକ୍ତଦାନ ଶିଵିର,୧୦୨ ୟୁନିଟ୍ ରକ୍ତ ସଂଗ୍ରହ 

କଟକ ସଦର,୦୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର’ ପକ୍ଷରୁ କଟକ ସଦର ଅନ୍ତର୍ଗତ ନୂଆପଡ଼ା ସିଏମସି ୫୦ ନମ୍ବର ୱାର୍ଡ ଇଣ୍ଡିପେଣ୍ଡେନ୍ସ କ୍ଲବ୍ ପରିସରରେ ସଂଗଠନ ର ସଭାପତି ସମାଜସେବୀ ତଥା ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ)ଙ୍କ ତତ୍ତ୍ୱାବଧାନରେ ଆଜି ବୁଧବାର ଦିନ ଏକ ମେଗା ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି।

ଏହାକୁ ଯୁବ ସମାଜସେବୀ ମନୋରଞ୍ଜନ ମହାପାତ୍ର (ବୁଲୁ) ଙ୍କ ସମେତ ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ସୂଦର୍ଶନ ଜେନା, ଉଦୟ ସାସମଲ, ସ୍ମୃତି ରଞ୍ଜନ ଦାସ, ସ୍ମୃତି ରଞ୍ଜନ ବେହେରା, ନାରାୟଣ ଜେନା, ପ୍ରକାଶ ମାଝି, ବିଶାଲ ଆଚାର୍ଯ୍ୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।

ପ୍ରତିକୂଳ ପାଗ ସତ୍ୱେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ରୁ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିପାଇଁ ରକ୍ତଦାତା ଜୀଵନଦାତା ମାନଙ୍କୁ ପ୍ରଫେସର ମନୋଜ ଉତ୍ସାହିତ କରିବା ସହିତ ସମସ୍ତ ଙ୍କୁ ସମ୍ବର୍ଦ୍ଧିତ କରି ସାଧୁବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *