କଟକ ସଦର ,୦୨/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅଞ୍ଚଳରେ କିଛି ଦିନ ହେଲା ଛେଳି ଚୋର ସକ୍ରୀୟ ଥିବାକୁ ନେଇ ଗୋଟିକ ପରେ ଗୋଟିଏ ଅଭିଯୋଗ ହୋଇଆସୁଥିଲା ଵେଳେ ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଗତକାଲି ଗୁରୁବାର ରାତିରେ ପ୍ରହରାଜପୁର ଗ୍ରାମର କାଦର ଅଲ୍ଲୀ ଖାଁ ଙ୍କ ଗୁହାଳରୁ ଚୋରମାନେ ୧୦ ଟି ଛେଳି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଚୋରମାନେ ଗୋଟିଏ ଗୋଟିଏ ଅଖାରେ ଛେଳି ମାନଙ୍କୁ ପୁରାଇ ମୁହଁ ବାନ୍ଧି ମିନି ଟ୍ରକରେ ନେଇ ଚମ୍ପଟ ମାରିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡିଛି। ସେହିପରି ଦୁଇ ଦିନ ତଳେ ଵାରଦା ଗ୍ରାମର ଵିମ୍ଵ ଦଳେଇଙ୍କ ଗୁହାଳରୁ ୧୬ ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଲୋକେ ୪ ଜଣ ଛେଳି ଚୋରଙ୍କୁ ଧରି ପୋଲିସ ଜିମା ଦେଇଥିବା ବେଳେ ପୋଲିସ ମାମଲା ନଂ ୨୬୦/୯.୧୧.୨୩,୨୭୧/୨୭.୧୧.୨୩,୨୮୫/୭.୧୨.୨୩ ରେ ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ କିଛି ଦିନ ଅନ୍ତରରେ ପୁଣି ଛେଳି ଚୋରି ବୃଦ୍ଧି ପାଉଥିବା କୁ ନେଇ ଛେଳି ପାଳକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।