କନ୍ଦରପୁର କଲେଜରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର -୨୦୨୩

କଟକ ସଦର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା କଟକ ଆନୁକୁଲ୍ୟରେ କଟକ ସଦର ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର -୨୦୨୩ ଆଜି ମଙ୍ଗଳବାର ଦିନ କନ୍ଦରପୁର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲର ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନେ ଯୋଗ ଦେଇ ଅନଲାଇନ୍ ରେ ପଞ୍ଜିକୃତ ହୋଇଥିବା ୩୫୨ ଜଣ ଭିନ୍ନକ୍ଷମଙ୍କୁ ଏକାଧିକ ଉଦ୍ଦିଷ୍ଟ କୋଠରୀରେ ପରୀକ୍ଷା ନିରୀକ୍ଷା କରିଥିଲେ। ସେଥିମଧ୍ୟରୁ ୬୭ ଜଣଙ୍କୁ ବସ୍ ପାସ୍ ଓ ୧ଜଣଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କର ପ୍ରମାଣ ପତ୍ର ମୂଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆସିବା ପରେ ସେମାନେ ସରକାରୀ ସୁବିଧା ସୁଯୋଗ ପାଇପାରିବେ ବୋଲି ଜଣାଯାଇଛି। ଅପରାହ୍ନରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଶିବିର ପରିଦର୍ଶନ କରିବା ସହିତ ଵ୍ୟଵସ୍ଥା ସବୁକୁ ତଦାରଖ କରିଥିଲେ। ଶିବିର ପରିଚାଳନାରେ ସଦର ବ୍ଲକ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ, ସାମାଜିକ ସୁରକ୍ଷା ଅଧିକାରିଣୀ ଶୁଭଦର୍ଶିନୀ ମହାପାତ୍ର,ଵିତ୍ତିୟ ଅଧିକାରିଣୀ ସରିଚିକା ବିଶ୍ୱାଳ, କୋଷାଧ୍ୟକ୍ଷ ବିଶ୍ୱନାଥ ଦାଶ,ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାଃ ଶୁଭାଶିଷ ଶତପଥୀ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *