କଟକ ସଦର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମୂଖ୍ୟମନ୍ତ୍ରୀ, ବିଶିଷ୍ଟ ସାମ୍ବାଦିକ,ନଵ ଉତ୍କଳର ନିର୍ମାତା, ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ସମାରୋହ କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ସ୍ଥିତ ଅଗ୍ରଣୀ ହରେକୃଷ୍ଣ ମହତାବ ପାଠାଗାର ପକ୍ଷରୁ ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପାଠାଗାରର ପ୍ରତିଷ୍ଠାତା ସଂପାଦକ ପ୍ରମୋଦ କୁମାର ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶିକ୍ଷାବିତ ଚୈତନ୍ୟ ରାଉତ,ସାହିଲ ଅହମ୍ମଦ, ରଶ୍ମିତା ପାତ୍ର, ପୂର୍ଣ୍ଣିମା ସାହୁ, ଵର୍ଷା ପ୍ରିୟଦର୍ଶିନୀ ସେଠୀ, ରାଧାମୋହନ ମହଲା ପ୍ରମୁଖ ଯୋଗ ଦେଇ ମହତାବଙ୍କ ଫଟୋ ଚିତ୍ର ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କ ଗୁଣାଵଳି ସମ୍ପର୍କରେ ଆଲୋକପାତ କରିଥିଲେ ।