(ରସ ଜାମୁ ଡାଲି ଗୀତରେ ନାଚିଲେ ଜୁନାଗଡ଼ ବିଧାୟକ )
ଜୁନାଗଡ, ୨୨/୦୧/୨୦୨୪ (ଓଡ଼ିଶା ସମାଚାର/ରାକେଶ ବେମାଲ)- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ପଞ୍ଚାୟତ ଆନୁକୂଲ୍ୟରେ ଚିଲିଗୁଡ଼ା ଇନ୍ଦ୍ରାବତୀ ପଡ଼ିଆରେ ପଞ୍ଚାୟତ ସ୍ତରୀୟଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଣ୍ଡରାଗୁଡା ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ। ସବିତା ମେହେର ,ଉପ।ଧ୍ୟକ୍ଷ ପ୍ରମୋଦ ବେହେରା ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ସମିତି ସଭ୍ୟ ଖଲିଲ ନ।ଏକ ,ଲେଲି ଖର୍ସେଲ ,ଧନମତି ମାଝି ଏବଂ ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ,କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଳିକ ,ପିଇଓ ଆକାଶ କୁମାର ସାହୁ
ପ୍ରମୁଖ ଯୋଗଦାନ କରି ଥିଲେ ।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ର ପ୍ରଖ୍ୟାତ କଳାକାର ସର୍ବେଶ୍ୱର ଭୋଇ ଙ୍କ ଗୀତ ଓ ନାଚରେ ଝୁମିଲେ ଦର୍ଶକ ଏପରିକି ରସ ଜାମୁ ଡାଲି ଗୀତରେ ଜୁନାଗଡ଼ ବିଧାୟକ ନାଚି ଲୋକଙ୍କ ମନ ଜିଣିଥିଲେ । ତାଙ୍କ ନାଚକୁ ଦେଖି ସମସ୍ତେ ଝୁମି ଉଠିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ସିଗନ୍ଧ।ରାଣୀ ସାହୁ ,ବେଣୁଧର ବାଗ ଏବଂ ସତୀଶ ପ୍ରଧାନ । ମୁଣ୍ଡରା ଗୁଡା ପଞ୍ଚାୟତର ଜି ଆର ଏ ସ ଦିବାଳ ଚଳାନ, ଶଶାଙ୍କ ପାଢ଼ୀ,ଯୋଗାଣ ସହାୟକ ସନ୍ତୋଷ ନ।ଏକ ,ନୂତନ କାଣ୍ଡ ,ନେପାଳ ପଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ ପିଇଓ ଆକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
