ଯାଜପୁର , ୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):ସୋମବାର ପୂର୍ବାହ୍ନରେ ଜିଲ୍ଲା ଦୌରା ଜଜ ଅଦାଲତ, ଯାଜପୁର ପରିସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଓଡ଼ିଶା, କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ମିଳିତ ଆନୁକୁଲ୍ୟରେ ଆଇନ ସାହାଯ୍ୟ, ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଏକ ସଚେତନତା ଦୁଇଦିନିଆ ମୋବାଇଲ ଭ୍ୟାନ ପରିକ୍ରମା କୁ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଡ. ଜୀବନ ଜ୍ୟୋତି ରଥ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ଏହି ଆଇନ ସଚେତନତା ମୋବାଇଲ୍ ଭ୍ୟାନ୍ ବିଭିନ୍ନ ନିମ୍ନ ଅଦାଲତ କାର୍ଯ୍ୟାଳୟ ପରିସର, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଆଇନ ସଚେତନତା ବାର୍ତ୍ତା ପ୍ରଦାନ କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନ୍ୟାୟିକ ସୁଫଳର ସାହାଯ୍ୟ, ଯୋଜନା ଓ କାର୍ଯ୍ୟକ୍ରମ ସମ୍ଵନ୍ଧରେ ଅବଗତ କରାଇବ।
ଏଥିସହ ଆସନ୍ତା ମାର୍ଚ୍ଚ ମାସ ୯ତାରିଖ ରେ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ଜନସାଧାରଣ ମାନେ ବିଭିନ୍ନ କେସ ଗୁଡ଼ିକର ସରଳ ଫଇସଲା ନିମନ୍ତେ ବାର୍ତ୍ତା ପ୍ରଚାର ପ୍ରସାର କରିବାର ଭୂମିକା ନିର୍ବାହ କରିବ।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ପରିବାର ଜଜ୍,ଯାଜପୁର,ଶ୍ରୀଯୁକ୍ତ ସୁନୀଲ କୁମାର ଦାସ, ଅତିରିକ୍ତ ଜିଲ୍ଲା ଦୌରା ଜଜ , ଯାଜପୁର, ଶ୍ରୀଯୁକ୍ତ ଅଭିଜିତ ପଲେଇ, ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ପେଶାଲ ଜଜ ପୋକ୍ସ କୋର୍ଟ,ଯାଜପୁର, ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ରାୟ ଚୌଧୁରୀ, ବରିଷ୍ଟ ଦିୱାନୀ ବିଚାରପତି, ଯାଜପୁର, ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ , ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଯାଜପୁର, ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଯାଜପୁର, ଶ୍ରୀମତୀ ମନସ୍ୱନି ରଥ, ଅତିରିକ୍ତ ବରିଷ୍ଟ ଦେଵାନୀ ବିଚାରପତି ,ଯାଜପୁର, ଶ୍ରୀମତୀ ଇପ୍ସିତା ନନ୍ଦ,ଏସ ଡି ଜେ ଏମ, ଯାଜପୁର, ଶ୍ରୀଯୁକ୍ତ ପାରସ ପାଢ଼ୀ, ଦେୱାନି ବିଚାରପତି,ଯାଜପୁର, ଶ୍ରୀଯୁକ୍ତ ସୁନାରାମ ମାଝୀ, ଜେ ଏମ ଏସ ସି,ଯାଜପୁର ଙ୍କ ସମେତ କୋର୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।