ବ୍ରିଜ ଉପରେ ପାଣି,ଦୁଇ ପାଶ୍ୱରେ ଅଟକି ରହିଲା ଅନେକ ଯାତ୍ରୀବାହି ଗାଡ଼ି ସହ ଖଣି ମନ୍ତ୍ରୀଙ୍କ ଗାଡ଼ି ଓ ଆମ୍ବୁଲାନ୍ସ

ଲକ୍ଷ୍ମୀପୁର ୧୦/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା) ଆଜି ଲକ୍ଷ୍ମୀପୁର ଥାନା ଡୁମୁ୍ରି ପଦର ନିକଟ ବ୍ରିଜ ଉପରେ ବର୍ଷା ପାଣି ଅତି ବାହିତ କରୁଥିବାରୁ ଦୁଇ କଡରେ ଅନେକ ଯାନବାହାନ ଅଟକି ରହିଥିବା ବେଳେ ଏକ ଆମ୍ବୁଲାନ୍ସ ମଧ୍ୟ ଫସିଥିଲା।ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଗାଡିକୁ ଉଦ୍ଧାର କରାଯାଇଥିଲା। ଏହା ମଧ୍ୟରେ କୋରାପୁଟରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଖଣି ମନ୍ତ୍ରୀ ଫେରିବା ବେଳେ ସେହି ସ୍ଥାନରେ ଅଟକି ଥିଲେ। ଏତେ ସଂକ୍ଷକ ଗାଡ଼ି ବ୍ରିଜ ର ଦୁଇ ପାର୍ଶ୍ୱରେ ଅଟକି ଥିବାରୁ ମନ୍ତ୍ରୀଙ୍କ ଗାଡ଼ି ଯିବାରେ ଅସୁବିଧା ହୋଇଥିଲା।

ଏହା ଦେଖି ତାଙ୍କର ଏସ୍କର୍ଟ ଟିମ ବାଟ କଢେଇ ମନ୍ତ୍ରୀଙ୍କ ଗାଡ଼ି ପାର କରିବା ପରେ ଯାନବାହନ ଚଳ ପ୍ରଚଳ ସ୍ୱଭାବିକ ହୋଇଥିଲା। ଏଠି ପ୍ରଶ୍ନ ଉଠୁଛି ଲକ୍ଷ୍ମୀପୁର ଠାରୁ କାକିରିଗୁମା ଯାଏଁ ଜାତୀୟ ରାଜପଥ ଉପର ଦେଇ ଅନେକ ସ୍ଥାନରେ ରେଳ ବ୍ରିଜ କାମ ଚାଲୁ ରହିଥିବା ବେଳେ ଠିକା କମ୍ପାନୀ ରାଜପଥ ଦେଇ ଯାତାୟାତ କରୁଥିବା ଯାନବାହାନର ସୁରକ୍ଷା ପାଇଁ ଜମାରୁ ଦୃଷ୍ଟି ଦେଉନି।ଏଇ ୩୨୬ ନମ୍ବର ଜାତୀୟ ରାଜପଥରେ ଅନେକ ସମସ୍ୟା ଦେଖା ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଜମାରୁ ଦୃଷ୍ଟି ଦେଉନଥିବାରୁ ବାର ବାର ଏଇ ଭଳି ସମସ୍ୟା ଉପୁଜୁଛି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ରେଳ ବିଭାଗର ମନ ଇଚ୍ଛା କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *