ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବୃହତ ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାହାଙ୍ଗା, ୨୦/୦୪/୨୦୨୫(ଓଡ଼ିଶା ସମାଚାର)- ମାହାଙ୍ଗା ବ୍ଲକର ଭଦ୍ରେଶ୍ୱର ଠାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଭଦ୍ରେଶ୍ୱର ଓ ନିଶ୍ଚିନ୍ତକୋଇଲି ଶାଖା ମିଳିତ ସହଯୋଗରେ ୨୨ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଆତ୍ମ ନିର୍ଭର ହେବା ପାଇଁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ମତବ୍ୟକ୍ତ କରିବା ସହିତ ଏସଏଚଜି ଗ୍ରୁପ୍ ର ମହିଳା ମାନେ କିଭଳି ଭାବରେ ବ୍ୟାଙ୍କରୁ ଋଣ ନେଇ ପରବର୍ତୀ ସମୟରେ ବ୍ୟାଙ୍କରେ ମୂଳଧନ ପୈଠ କରିବା ସହ କୌଣସି ଧନ୍ଦାମୂଳକ କାର୍ଯ୍ୟ କରୁ ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

ଏସଏଚଜି ଗ୍ରୁପ୍ ର ମହିଳା ମାନେ ବ୍ୟାଙ୍କରୁ ଋଣ ନେଇ ଗୋପାଳନ, ମତ୍ସ୍ୟ ଚାଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ରିଜୋନାଲ ଅଫିସର ମୁଖ୍ୟ ମୁକନ୍ଦ କରନ୍ ଯୋଗଦେଇ ବ୍ୟାଙ୍କ କିଭଳି ଓଡ଼ିଶାର ପ୍ରତି ଜିଲାରେ ନାରୀ ସଶକ୍ତି ନିମନ୍ତେ କାର୍ଯ୍ୟ କରୁଛି ସେ ନେଇ ମତ ବ୍ୟକ୍ତ କରିଥିଲେ । ୫୦କୋଟିରୁ ୧୦୦କୋଟି ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପ୍ରଦାନ କରିବାର ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଥିଲେ । ମହିଳା ମାନେ ବିନା ସୁଧରେ ବ୍ୟାଙ୍କରୁ ଋଣ ନେଇ ତାର ସଦ୍ ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ଉତ୍ସବରେ ଭଦ୍ରେଶ୍ୱର ପଂଚାୟତର ସରପଂଚ କମଳାକାନ୍ତ ରାଉତ ଯୋଗଦେଇ ବ୍ୟାଙ୍କର ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ନିଶ୍ଚିନ୍ତକୋଇଲି ଶାଖା ପରିଚାଳକ ବସନ୍ତ କୁମାର ବିଶ୍ୱାଳ ଯୋଗଦେଇଥିଲା ବେଳେ ପରିବେଶବିତ୍ ଅକ୍ଷୟ କୁମାର ଷଢ଼ଙ୍ଗୀ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଂଚଳର ୨୨ଟି ଏସଏଚଜି ଗ୍ରୁପ୍ କୁ ଋଣ ଅର୍ଥ ପ୍ରଦାନ କରିବା ସହିତ ଭଦ୍ରେଶ୍ୱର ପଂଚାୟତର ଏମବିକେ ସିଆରପି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମହେନ୍ଦ୍ର କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପଶାଖା ପ୍ରବନ୍ଧକ ମାନସ ରଂଜନ ପାତ୍ର, ଅଭିଜିତ୍ କେର୍କେଟା, କ୍ୟାସିଅର ଅରୁଣ କୁମାର ରାଉତ, ଭଦ୍ରେଶ୍ୱର ପଂଚାୟତର ଏଡିଇଓ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଭଦ୍ରେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ ଶାଖା ପରିଚାଳକ ଅମ୍ବୁଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଂଚଳର ବହୁ ଏସଏଚଜି ଗ୍ରୁପ ର ମହିଳା ସଭ୍ୟ, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି , ଜନପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *