ନେମାଳ,୧୪/୮/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ମାଳି ଗାଁ ଅଞ୍ଚଳର ଜନୈକ ମହିଳା ଆଜି ମଧ୍ୟାହ୍ନ ରେ ଚିତ୍ରୋତ୍ପଳା ନଦୀକୁ ଛୁଆ ସହ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି
କରି ଛୁଆ କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ଛୁଆ କୁ ମୃତ ଘୋଷଣା କରିଥିଲେ । ମୃତ ପିଲାଟି ଆଠ ବର୍ଷ ପୁଅ ବୋଲି କୁହାଯାଉଛି । ଅଦ୍ୟାବଧି ମହିଳାଙ୍କ ସନ୍ଧାନ ମିଳିନଥିବାରୁ ଖୋଜା ଖୋଜି ଚାଲିଥିବା ଜଣାପଡିଛି । ସୂଚନା ମୁତାବକ, ପରିବାର ଋଣ ଭାରରେ ଥିବାରୁ ମହିଳା ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି ।
ଛୁଆକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁଲା ମା
