ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି, ୩ ଅଟକ

ଜଗତସିଂହପୁର, ୧୪/୧୨/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ , ଓଡ଼ିଶା ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଶାରଳାଙ୍କ ମୁଖ୍ୟ ହୁଣ୍ଡି କାଟି ଲୁଟ ହୋଇଥିବା ଜଣାପଡିଛି । ହୁଣ୍ଡି ନିକଟରେ କଟର ଓ ରେଂଚି ପଡିଛି। ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ତଦନ୍ତ କରୁଛି । ସିସିଟିଭି ଆଧାରରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ତେବେ ମନ୍ଦିର ଭିରରେ ଫାଣ୍ଡି ରହିଛି।ତାହା ସତ୍ୱେ ଏଭଳି ହୁଣ୍ଡିରୁ ଚୋରି ହେବା ନେଇ ମନ୍ଦିରର ସୁରକ୍ଷା ବେବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ହୁଣ୍ଡିରୁ ଚୋରି ହୋଇଥିବା ଟଙ୍କାରୁ କିଛି ଟଙ୍କା ପୋଲିସ ସ୍ୱାରା ଉଦ୍ଧାର କରାଯାଇଥିବା ଖବର ମିଳିଛି ।

Leave a Reply

Your email address will not be published. Required fields are marked *