କମରପଦା ଠାରେ ଓଜେସି ର ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ

କଟକ ସଦର, ୧୯/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ କମରପଦା ଠାରେ ଆଜି ବୁଧବାର ଦିନ ଯୁବ ନେତା ଜୀବନ ଜେନା ଙ୍କ ଆବାହକତ୍ୱରେ ଏଵଂ କଟକ ଜିଲ୍ଲା ସଭାପତି ଅନିଲ୍ କୁମାର ବେଉରାଙ୍କ ସଭାପତିତ୍ବରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି)ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଓଜେସି ର ରାଜ୍ୟ ଉପସଭାପତି ତଥା କଟକ ଜିଲ୍ଲା ପ୍ରଭାରୀ ଆଡଭୋକେଟ୍ ପ୍ରଦୀପ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ପରିଡ଼ା ପ୍ରମୁଖ ଯୋଗ ଦେଇ ଓଜେସି ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ କରିବାକୁ କହିଥିଲେ। ଏହି ଅବସରରେ ଉକ୍ତ ବୈଠକରେ ଅନ୍ୟ ଦଳରୁ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଓଜେସି ରେ ଯୋଗ ଦେଇଥିଲେ। ଏଥିସହିତ ଆସନ୍ତା ୨୬ ରେ କଟକ ସଦରରେ ଓଜେସି ର ଏକ ବଡ଼ ଧରଣର ସମାବେଶ ହେବ ବୋଲି ଘୋଷଣା କରାଯାଇଥିଲା। ଶେଷରେ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ନୃସିଂହ ବେହେରା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *