କଟକ ଜିଲ୍ଲା ପରିଷଦ ସଭ୍ୟ ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ ସାହୁ ବିଜେଡ଼ିରୁ ନିଲମ୍ବିତ

କଟକ ସଦର,୧୧/୦୫/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳ ବାସିନ୍ଦା ତଥା କଟକ ସହରରେ ରହି ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଏକାନ୍ତ ଅନୁଗତ ଥିବା ଵାଙ୍କି ୩୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ, କଟକ ଜିଲ୍ଲା ପରିଷଦ ଷ୍ଡାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ ସାହୁ

ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପରେ ତାଙ୍କ ପୁଅ ବର୍ତ୍ତମାନର ବାଙ୍କି ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ନିଲମ୍ବିତ ‌ହୋଇଛନ୍ତି।

Leave a Reply

Your email address will not be published. Required fields are marked *