କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଉତ୍ପୀଡ଼ନ ବିରୁଦ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୦୪/୦୧/୨୦୨୫ (ଓଡ଼ିଶା ସମାଚାର)- କର୍ମଚାରୀ ନେତା ଶ୍ରୀ ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଭାବରେ ଉତ୍ପୀଡ଼ନ ଦୀର୍ଘଦିନ ଧରି କରାଯାଉଅଛି । ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏ ବିଷୟରେ ବ୍ୟକ୍ତିଗତ ଭାବରେ, ସଂଘ ମାଧ୍ୟମରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଥିପାଇଁ ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନରେ ଓଡ଼ିଶାର ୩୦ଗୋଟି ଜିଲାରେ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟାହ୍ନ ବିରତି ସମୟରେ ପ୍ରଦାନ କରାଯାଇଛି । ଏଥିରେ ଦାବି କରାଯାଇଛି ଯେ, ଶ୍ରୀ ସୁଜିତ କୁମାର ନାୟକଙ୍କୁ ତୁରନ୍ତ ୩୦ ମାସର ବକେୟା ଦରମା ଦିଆଯାଉ ଓ ତାଙ୍କ ବିରୁଦ୍ଧରେ ହୋଇଥିବା କପୋଳକଳ୍ପିତ ଉଦ୍ଧେଶ୍ୟ ପ୍ରଣୋଦିତ ଓ ମିଥ୍ୟା ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ପ୍ରତ୍ୟହାର କରାଯାଉ । ସମଗ୍ର ଦେଶରେ ଶ୍ରୀ ନାୟକଙ୍କ ଘଟଣା ନେଇ ଆଲୋଡ଼ନ ସୃଷ୍ଟି ହେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଯଦି ଘଟଣାର ତୁରନ୍ତ ସମାଧାନ ନହୁଏ, ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି କାନପୁର ଠାରେ ଅନୁଷ୍ଠିତ ମହାସଂଘର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତିି ଗୃହିତ ହୋଇଛି । ଆମ ରାଜ୍ୟରେ ଭୁବନେଶ୍ୱରଠାରେ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, କାହ୍ନୁଚରଣ ମଲ୍ଲିକ, କ୍ଷେତ୍ରମୋହନ ଦାସ, ସୁଧୀର ପାଣିଗ୍ରାହୀ, ମନୋଜ କୁମାର ମଲ୍ଲିକ, ଅଶୀଳ କୁମାର ବ୍ରହ୍ମ, ଅଶୋକ କୁମାର ମୁଦୁଲି ଓ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ କୁମାର ରାଉତରାୟ, ମହାସଚିବ ହୃଷିକେଶ ନାୟକ, ଉପାଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ ନାୟକ, ପ୍ରଭାତ ପରିଡ଼ା, ପ୍ରଦିପ୍ତ କୁମାର ପ୍ରହରାଜ, ମନୋଜ କୁମାର ଦାଶଙ୍କ ସମେତ ଶତାଧିକ କର୍ମଚାରୀ ନେତୃତ୍ୱ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *