କଟକ, ୦୯ /୯/୨୦୨୪ (ଓଡ଼ିଶା ସମାଚାର)- ବନ୍ଦ ଘରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ । ସୋମବାର କଟକ ସିଡିଏ ସେକ୍ଟର -୯ ସ୍ଥିତ ଏକ ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମୃତ ଅଧ୍ୟାପିକାଙ୍କ ନାମ ଅନନ୍ୟା ଚକ୍ରବର୍ତ୍ତୀ । ତାଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ସେ ସିଡିଏ ସେକ୍ଟର-୯ରେ ଭଡ଼ାରେ ରହୁଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।