ବିଶିଷ୍ଟ ଚାଷୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ନିଶ୍ଚିନ୍ତକୋଇଲି, ୧୮/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବଜ଼ାରର ବିଶିଷ୍ଟ ବ୍ୟବସାୟୀ ଧର୍ମପ୍ରାଣ ବ୍ୟକ୍ତିତ୍ୱ, ବିଶିଷ୍ଟ ଚାଷୀ ଅନାମ ଚରମ ସାହୁଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ନଗସପୁର ପଞ୍ଚାୟତ ବରହମପୁର ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।

ନଗସପୁର କୃଷି ସମବାୟ ସମିତିର ସଭାପତି ଅନିଲ ଭୂୟାଁଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିଭାବେ ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ, ସରପଞ୍ଚଙ୍କ ପ୍ରତିନିଧି ବିଜ୍ଞାନ ମଳିକ, ପ୍ରାକ୍ତନ ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ, ବିଭୁତି ଭୂଷଣ ଦାସ, ନଗସପୁର କୃଷି ସମବାୟ ସମିତିର ସମ୍ପାଦକ ମୂଳମୟୀ ମହାନ୍ତି, ସମାଜସେବୀ ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅନାମ ଚରଣ ସାହୁଙ୍କ ବହୁମୁଖୀ ପ୍ରତିଭା ଓ ପରୋପକାର ଉପରେ ଆଲୋଚନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନିଶ୍ଚିନ୍ତକୋଇଲି ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା, ବହୁ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ଅଶୋକ କୁମାର ସାହୁ, ଆଶିଷ କୁମାର ସାହୁ, ମନୋଜ ସାହୁ ପ୍ରମୁଖ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *