ପୁରୀ,୧୫/୦୮/୨୦୨୬ (ଓଡ଼ିଶା ସମାଚାର)-ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଭିତରେ ଆଜି ଏକ ଦୁଃଖଦ ଅଘଟଣ ଘଟିଯାଇଛି। ଦର୍ଶନ ପାଇଁ ଆସିଥିବା ଜଣେ ବୟସ୍କ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଗହଳି ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଏହା ଏକ ହୃଦଘାତ ଜନିତ ମୃତ୍ୟୁ ବୋଲି ପୁଲିସ କହିଛି।
ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁର ଜିଲ୍ଲା ଜିଲା ବିଞ୍ଝାରପୁର ଅଞ୍ଚଳର ର ଅଲାରପୁର ଗ୍ରାମର ନୀଳକଣ୍ଠ ଦାସ (୭୫) ବୋଲି ଜଣାପଡ଼ିଛି।
