ବି ଜେ ଡି ନେତ୍ରୀ ବାସନ୍ତୀଙ୍କ ବିଶାଳ ବାଇକ ଶୋଭାଯାତ୍ରା

ଖୋରଧା ୦୨/୦୨/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ଆସନ୍ନ ଥିବା ବେଳେ ଖୋରଧା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ଉଷ୍ମତା ଏବେ ଠାରୁ ବାରି ହୋଇପଡ଼ିଲାଣି । ସେହି ଆଧାର ରେ ଅଳ୍ପ କିଛି ଦିନ ତଳେ ଟାଙ୍ଗୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଜନ ସମ୍ପର୍କ ଓ ହୃଦୟଯୋଡ଼ ଯାତ୍ରା କାର୍ୟ୍ୟକ୍ରମ ରେ ବିଶାଳ ବାଇକ ରାଲିରେ ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଓ ତାର ସଫଳ ରୂପାୟନ ସମ୍ପର୍କ ରେ ଅବଗତ କରାଇଥିଲେ । ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କ ବଳିଷ୍ଠ ମାର୍ଗ ଦର୍ଶନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା କୁ ଲୋକ ଙ୍କ ନିକଟରେ ପହଂଚାଇବା ର ନିଷ୍ଠା ଓ ଚେଷ୍ଟା ଯୋଗୁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ପ୍ରତିଷ୍ଠିତ ହୋଇପାରୁଛି । ଆଜି ପ୍ରାୟ ୧୦୦୦ ବିଶିଷ୍ଟ ମୋଟର ସାଇକେଲ ଶୋଭାଯାତ୍ରା ରେ ଶ୍ରୀମତୀ ମହାପାତ୍ର ଖୋରଧା ବ୍ଲକ ର କୁରାଢମଲ, କାଇପଦର, ବଙ୍ଗିଦା, ପଲ୍ଲାତୋଟାପଡା, ବାଜପୁର ଏବଂ ନନ୍ଦପୁର ଗ୍ରା. ପ. ର ବିଭିନ୍ନ ୱାର୍ଡ କୁ ପରିକ୍ରମା କରି ବିଜୁ ଜନତା ଦଳର ସଂଗଠନ କୁ ତୃଣମୂଳ ସ୍ତରରୁ ମଜଭୁତ କରୁଛନ୍ତି । ପ୍ରତେକ ଗାଁ ରେ ଶ୍ରୀମତୀ ମହାପାତ୍ର ଙ୍କୁ ଫୁଲ ଚନ୍ଦନ ଆଦି ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବାଇକ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ କୁରାଢମଲା ଗ୍ରା. ପ. ର ସୀତୁ ସାମନ୍ତରାୟ, ନିଲୁ ପରିଡା, ତପନ ସୁବୁଦ୍ଧି ପଲ୍ଲାତୋଟାପଡା ଗ୍ରା. ପ. ର ହାପି ପ୍ରଧାନ,ଚିତ ରଞ୍ଜନ ମହାରଥୀ ନନ୍ଦପୁର ଗ୍ରା. ପ. ର ଅନୁ ସୁନ୍ଦରାୟ, ମାନସ ରଞ୍ଜନ ମହାପାତ୍ର, ରବୀନ୍ଦ୍ର ମିଶ୍ର ବାଜପୁର ଗ୍ରା. ପ. ର ବିକ୍ରମ ସାହୁ, ସୁବ୍ରତ ଜୟସିଂହ, ସଞ୍ଜୟ ଜୟସିଂହ, ଦିଲ୍ଲୀପ କୁମାର କାଣ୍ଡି କାଇପଦର ଗ୍ରା. ପ. ର ବାପି ଚମ୍ପତ୍ତିରାୟା, ବୀରେନ୍ଦ୍ର ମହାପାତ୍ର, ଜିତୁ ଯୁଝିୟାସିଂହ ବଙ୍ଗିଦା ଗ୍ରା. ପ. ର ପପୁ ମାର୍ଥା, ଅବନୀ କାନ୍ତ ପ୍ରଧାନ ଏବଂ ଉପେନ୍ଦ୍ର ପରିଡା ।

Leave a Reply

Your email address will not be published. Required fields are marked *