ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦେଶପ୍ରେମ,ଦାୟିତ୍ୱବୋଧ ସୃଷ୍ଟି ହେଉ : ବିଧାୟକ
ଭୁବନର ବିକାଶ , ସ୍ୱଚ୍ଛତା ଓ ସୁନ୍ଦରତା ଆମର ପ୍ରଥମ ଲକ୍ଷ୍ୟ: ନଗରପାଳ
ଭୁବନ ୧୫/୦୮/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ( ମିନି ଷ୍ଟାଡିୟମ ) ଠାରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦୁଇଟି ମହାବିଦ୍ୟାଳୟ ସହିତ ୨୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ।
ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀଯୁକ୍ତ ଜେନା କହିଥିଲେ ଯେ,ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର । ଛାତ୍ର ଛାତ୍ରୀ ମାନେ ହିଁ ଆଗାମୀ ଭାରତର ଭବିଷ୍ୟତ । ସେମାନଙ୍କ ମଧ୍ୟରେ ଦେଶପ୍ରେମ, ଦାୟିତ୍ୱବୋଧ ଓ ରାଷ୍ଟ୍ରସେବାର ଭାବନା ଜାଗ୍ରତ ହେଉ , ଏହାହିଁ ଆଜି ଦିନର ସଂକଳ୍ପ ବୋଲ ମତବ୍ୟକ୍ତ କରିଥିଲେ ଓ ଭୁବନ ଏନ୍ ଏ ସି ର ବିକାଶ ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ସ୍ୱାଧୀନତା ଦିବସ କେବଳ ଏକ ପର୍ବ ନୁହେଁ , ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବୀର ସହିଦ ମାନଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରିବାର ଦିନ । ଭୁବନର ବିକାଶ,ସ୍ୱଚ୍ଛତା,ସୁନ୍ଦରତା ଓ ଜନସେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। କୃତି ପ୍ରତିଯୋଗୀ ,ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ସମାଜସେବୀ ଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନୁରୂପ ଭାବେ ଏନ୍ ଏ ସି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ,ସମସ୍ତ କାଉନସିଲର ଓ କର୍ମଚାରୀ ଙ୍କ ଉପସ୍ଥିତିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭୁବନ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଜ୍ୟୋତିରୁପା ଶତପଥୀ ,ପଞ୍ଚାୟତ ସମିତି ରେ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଥାନାରେ ଆଇ ଆଇ ସି ରେଣୁବାଳା ସାହୁ, ବନ ବିଭାଗ କାର୍ଯ୍ୟାଳୟ ରେ ରେଞ୍ଜର ରାକେଶ କୁମାର ଦଳେଇ ,ଅବକାରୀ କାର୍ଯ୍ୟାଳୟରେ ଉପ ନିରୀକ୍ଷକ ( ସବ ଇନ୍ସପେକ୍ଟର) ବୁଲୁ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
