କଟକ ସଦର ଯୋଗାଣ ବିଭାଗ ଦଲାଲଙ୍କ କବଜାରେ, ମଧ୍ୟସ୍ଥି ସାଜିଛନ୍ତି ଡାଟା ଏଣ୍ଟ୍ରି ଅପରେଟର !

କଟକ ସଦର ,୨୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକମାନଙ୍କ ପାଇଁ ଯୋଗାଣ ବିଭାଗ ସବୁବେଳେ ଗୁରୁତ୍ୱ ବହନ କରିଆସୁଥିବା ବେଳେ ଏବେ କଟକ ସଦର ବ୍ଲକରେ ତାହା ଧର୍ମକୁ ଆଖି ଠାର ସଦୃଶ ହୋଇଥିବା ଅଭିଯୋଗ ହେଉଛି। ଏଠାରେ ଅବସ୍ଥାପିତ ଯୋଗାଣ ନୀରିକ୍ଷକ କାର୍ଯ୍ୟାଳୟ ଦାୟିତ୍ଵ ସଂପୂର୍ଣ୍ଣ ରୂପେ ଜନୈକ ଡାଟା ଏଣ୍ଟ୍ରି ଅପରେଟରଙ୍କ ଉପରେ ନ୍ୟସ୍ତ କରି କାଁ ଭାଁ ଅଫିସ କୁ ଆସୁଥିବା ରୁ ହିତାଧିକାରୀ ମାନେ ନାହିଁ ନଥିବା ଶୋଷଣ ର ଶୀକାର ହେଉଥିବା ଅଭିଯୋଗ ହେଉଛି।

ଏହି ସୁଯୋଗରେ କିଛି ତଥାକଥିତ ଦଲାଲ ବିଭିନ୍ନ କାମ ପାଇଁ ହିତାଧିକାରୀ ଙ୍କ ଠାରୁ ବିଭିନ୍ନ ଆଳରେ ଯୋର ଜବରଦସ୍ତ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଅବଗତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଵା କେଉଁ ସ୍ବାର୍ଥ ରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *