ସୁବର୍ଣ୍ଣପୁର,୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଆଜି ସୁବର୍ଣ୍ଣପୁର ଜିଲା ର ଉଲୁଣ୍ଡା ବ୍ଳକ ଗସ୍ତ କରିଥିଲେ । ସନ୍ଧ୍ୟାରେ ହିକୁଡି ଛକଠାରେ ସ୍ୱାଗତ କରା ଯାଇଥିଲା । ତା ପରେ ଦଶରାଜପୁର ଠାରେ ମୁଖ୍ୟମନ୍ତ୍ରୀ ଙ୍କ ସଭାଗୃହ ର ଶିଳାନ୍ୟାସ କରାଯାଇଥିଲା । ତତ୍ ପରେ ସନ୍ଧ୍ୟା ୬ଟାରେ ତିକୁଡା ଗ୍ରାମର ତ୍ରିକୁଟସ୍ଥଳ ପରିଦର୍ଶନ କରିଥିଲେ । ଏଠାରେ ତିକୁଡା ତ୍ରିକୂଟ ସ୍ଥଳ ର ବିକାଶ ପାଇଁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଙ୍କ ଗସ୍ତ ସମୟରେ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ, ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ସମାଜସେବୀ କୃତିବାସ ମିଶ୍ର ଉପସ୍ଥିତ ଥିଲେ ।ଏହି ଅବସରରେ ନିର୍ବାଚିତ ସରପଂଚ,ସମିତି ସଭ୍ୟ, ସମାଜସେବୀ, ସଚେତନ ନାଗରିକ, ସଂଗ୍ରାମୀ ଆଦି ଉପସ୍ଥିତ ଥିଲେ ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ ଉଲୁଣ୍ଡା ବ୍ଳକ ଗସ୍ତ
