ସମୂହ ଛୁଟିରେ ଓଏଏସ୍ ଅଫିସର, କଟକ ଜିଲ୍ଲା ସାମିଲ, ପ୍ରଶାସନିକ ଅଚଳାବସ୍ଥା, ଲୋକେ ହିନସ୍ଥା

କଟକ ସଦର, ୦୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭୁବନେଶ୍ୱର ମହାନଗର  ନିଗମରେ ଜନୈକ ଓଏଏସ୍ ଅଧିକାରୀ ଙ୍କୁ ଆକ୍ରମଣ ଘଟଣାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରି ଅଧିକ ଗିରଫ ପାଇଁ ଉଦ୍ୟମ ଚଳାଇଥିବା ବେଳେ ଏଵଂ ଛୁଟିରେ ନଯିବା ପାଇଁ ମୂଖ୍ୟମନ୍ତ୍ରୀ ଅନୁରୋଧ କରିବା ସତ୍ତ୍ୱେ ଓଏଏସ୍  ଓ ଓଆରଏସ ଅଧିକାରୀ ମାନେ ଗତକାଲି ମଙ୍ଗଳବାର ଠାରୁ ସମୁହ ଛୁଟିରେ ଯାଇଥିବା ଜଣାପଡିଛି।

ଏଥିପାଇଁ ଚାରିଆଡେ ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଛି । ଜନସାଧାରଣ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ସର୍କିଟ ହାଉସ ଠାରେ କଟକ ଜିଲା ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ସମୂହ ଛୁୁଟିରେ ଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାଛଡ଼ା ଓଏଏସ  ଏବଂ ଓଆରଏସ ଅଧିକାରୀଙ୍କୁ ପିଏସଓ ଯୋଗାଇ ଦେବାକୁ ଦାବି କରାଯାଇଥିଲା । କଟକ ଜିଲ୍ଲା ଓଏଏସ୍ ଅଫିସର ସଂଘ ସଭାପତି ଅତିରିକ୍ତ ଜିଲ୍ଲାପାଳ ଶିଵ ଟପ୍ପୋ ଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ସମସ୍ତ ତହସିଲଦାର ଓ ଵିଡିଓ ମାନେ ଛୁଟିରେ ଯାଇଥିବା ଜଣାପଡିଛି।

ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ୟ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏହାକୁ ନେଇ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହାସତ୍ୱେ  ଓଏଏସ୍ ଅଧିକାରୀ ମାନଙ୍କ ଏତାଦୃଶ କାର୍ୟ୍ୟବନ୍ଦ ଆନ୍ଦୋଳନ କୁ ସାଧାରଣରେ ନାପସନ୍ଦ କରାଯାଉଥିବା ବେଳେ ସରକାର ଏଥିପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି ଯୋର ଧରିଛି।

Leave a Reply

Your email address will not be published. Required fields are marked *