ନିରାକାରପୁର, ୧୨/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ପ୍ରାକ୍ତନ ନିର୍ଦ୍ଦେଶକ, ଛଣଗିରି ପଂଚାୟତର ପୂର୍ବତନ ସରପଂଚ, ପ୍ରାକ୍ତନ ଟାଙ୍ଗୀ ବ୍ଲକ ବିଜେଡି ସଭାପତି , ଛଣଗିରି ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ଅଜୟ କୁମାର ମହାନ୍ତିଙ୍କ ର ନିଜ ଛଣଗିରି ବାସଭବନରେ ଗତ ୯ ତାରିଖ ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।ମୃତ୍ୟୁ ଖବର ପାଇ ବିଭିନ୍ନ ପଂଚାୟତ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ।୧୯୭୪ ମସିହା ଠାରୁ ୧୯୯୫ ପଯ୍ୟନ୍ତ ସରପଂଚ ଓ ୧୯୮୪ ମସିହା ଠାରୁ ୨୦୧୪ ପଯ୍ୟନ୍ତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ରହିଥିଲେ। ତାଙ୍କର ମୃତ୍ୟୁ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ସମବାୟ ଆନ୍ଦୋଳନର ନେତା ତଥା ଟାଙ୍ଗୀ ବ୍ଲକ ର ଦୃଢ଼ ସଂଗଠକ କୁ ହରାଇଲା ବୋଲି ସ୍ଥାନୀୟ ଅଂଚଳରେ ଆଲୋଚ୍ୟ ବିଷୟ ହୋଇଛି। ଶିକ୍ଷକ ନେତା ରମାକାନ୍ତ ମହାପାତ୍ର ଙ୍କ ସଭାପତିତ୍ବରେ ଏକ ଶୋକସଭା କରାଯାଇ ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କର ସମ୍ମାନ ରେ ଛଣଗିରି ହାଟ, ବଜାର ବନ୍ଦ ରହିଥିଲା। ଗ୍ରାମ ଶ୍ମଶାନରେ ର ଶେଷ କୃତ୍ୟ କରାଯାଇଥିବା ବେଳେ ଏକମାତ୍ର ପୁତ୍ର ନିଳଲୋହିତ ମହାନ୍ତି ମୁଖାଗ୍ନି ଦେଇଥିଲେ। ସହଦେବ ପ୍ରଧାନ,ସେକ ଇଜ୍ରାଇଲ, ଲଳିତ ମୋହନ ପଟ୍ଟନାୟକ,ସେକ ରଫିକ, ତୋଫାନ ବରିଶଲ ପ୍ରମୁଖ ଶୋକ ପ୍ରକାଶ କରିଥିଲେ।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରାକ୍ତନ ନିର୍ଦ୍ଦେଶକ ଙ୍କ ପରଲୋକ ।
