ସତାଅଶୀ ମାଟ୍ରିକ ବନ୍ଧୁ ମିଳନ

ନିରାକାରପୁର,୧୨/୦୨/୨୦୨୪(ଓଡ଼ିଶା ସମାଚାର)- କ୍ଷେତ୍ରବାସୀ ଏକାଡେମୀ ନିରାକାରପୁର ଉଚ୍ଚ ବିଦ୍ୟାଳୟରେ ୧୯୮୭ ମସିହାରେ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ୟ୍ୟକ୍ରମ ସ୍ଥାନୀୟ କାଶୀପୁର ଅନ୍ତର୍ଗତ ମା ଭୈରବୀ ପୀଠରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଅମ୍ଳାନ ପ୍ରହରାଜ,ତପନ ନାୟକ, ପ୍ରତିମା ମହାପାତ୍ର,ଗୋପାଳ ମିଶ୍ର,ଦେବଦତ୍ତ ମହାପାତ୍ର, ପ୍ରଭାତ ମହାପାତ୍ର ସତ୍ୟଭାମା ମହାନ୍ତି, ବିଜୟ ଲକ୍ଷ୍ମୀ ମହାପାତ୍ର, ଟୁନା ମଙ୍ଗରାଜ, ସୁଧାଂଶୁ ଦାଶ, ଦିଲେଶ୍ଵର ବାହିନୀପତି, କୃଷ୍ଣଚନ୍ଦ୍ର ଆଚାର୍ୟ୍ୟ,ଭୋଳା ମୁଦୁଲି,କାବୁ ରଥ,ଅରୁଣ ମହାରଣା,ସୁଷମା ପରିଡା,ଗୌରୀ ଶଙ୍କର ଦାଶ, ସନ୍ତୋଷ ସାହୁ,ନଳିନୀ ପ୍ରଧାନ, ସଂଯୁକ୍ତା ସେଠୀ,ବିଜୟିନି ସେଠୀ,ରାଜଲକ୍ଷ୍ମୀ ମହାପାତ୍ର,ସତ୍ୟଭାମା କର,ମମତା ବଳିୟାରସିଂହ,ସୁଷମା ପ୍ରଧାନ,ପୁଷ୍ପାଞ୍ଜଳି ଦାଶ, ମମତା ମାଝୀ, ଯମୁନା ମାର୍ଥା, ରବି ନାରାୟଣ ଦାଶ,ରଞ୍ଜନ ରାଉତରାୟ ଚକ୍ରଧର ପାଇକରାୟ,ପ୍ରସନ୍ନ ମିଶ୍ର,ମାନସ ରଞ୍ଜନ ପଟ୍ଟନାୟକ ପ୍ରଭୃତି ସତୁରୀ ଜଣ ଯୋଗ ଦେଇଥିଲେ । ବୟସର ଅର୍ଦ୍ଧାଧିକ ସମୟ ବିତି ଯାଇଥିଲେ ବି ମନରେ କୌଣସି ମନ ମାଳିନ୍ୟ ନଥିଲା । ସମସ୍ତେ ସାମାଜିକ କାର୍ୟ୍ୟରେ ବ୍ରତୀ ହେବେ ବୋଲି ଶପଥ ପାଠ କରିଥିଲେ କ୍ଷ।ବ୍ୟଙ୍ଗ କବି ଅମ୍ଳାନ ପ୍ରହରାଜଙ୍କ “ଏଇ ମୋର ଗାଁ” ବ୍ୟଙ୍ଗ କବିତାଟି ସମସ୍ତଙ୍କ ମଧ୍ୟରେ କିଛି ସମୟ ପାଇଁ ହାସ୍ୟରୋଳ ସୃଷ୍ଟି କରିଥିଲା କ୍ଷ ପରିଶେଷରେ ସମସ୍ତେ ମା ଭୈରବୀଙ୍କ କୃପା ଭିକ୍ଷା କରି ପ୍ରସାଦ ସେବନ କରିଥିଲେ । କାର୍ୟ୍ୟକ୍ରମକୁ ଟୁନା ମଙ୍ଗରାଜ,ସୁଧାଂଶୁ ଦାଶ, ରଞ୍ଜନ ରାଉତରାୟ, ସନ୍ତୋଷ ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *