ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ୨୫କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ ଏବଂ ୧୨କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

୨୦୨୪-୨୫ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ମୋଟ ୩୯.୪୬ କୋଟି ଟଙ୍କା ଲାଭାଂଶ ବାବଦକୁ ପ୍ରଦାନ

ଭୁବନେଶ୍ୱର,୨୯/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ ଏବଂ ରାଜ୍ୟ ସରକାରଙ୍କୁ ଏବଂ ୧୨କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁ ସହାୟତା ପ୍ରଦାନ କରାଯାଇଛି।

ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ନିଗମର ଅଧ୍ୟକ୍ଷା ତଥା ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୂନମ ତାପସକୁମାର ଏହି ଅନ୍ତରୀଣ ଲାଭାଂଶ ରାଶି ଏବଂ ଅନୁଦାନ ଚେକ୍ ଆକାରରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହି ଅବସରରେ ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂ ମୁଖ୍ୟ ପରିଚାଳକ ଶ୍ରୀ ମାନସ ରଞ୍ଜନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ପାନୀୟ ନିଗମ ତରଫରୁ ଅବକାରୀ କର ବାବଦରେ ୬,୬୨୨.୧୬ କୋଟି ଟଙ୍କା ଏବଂ ମୂଲ୍ୟଯୁକ୍ତ କର(ଭାଟ୍) ବାବଦରେ ୩,୨୩୪.୨୧କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ୨୦୨୩-୨୪ଆର୍ଥିକ ବର୍ଷ ପାଇଁ ପାନୀୟ ନିଗମ ତରଫରୁ  ଲାଭାଂଶ ବାବଦରେ୧୪.୪୬କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବାବେଳେ ଆଜି ଦିଆଯାଇଥିବା୨୫କୋଟି ଟଙ୍କାର ଅନ୍ତରୀଣ ଲାଭାଂଶକୁ ମିଶାଇ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ମୋଟ ୩୯.୪୬ କୋଟି ଟଙ୍କା ଲାଭାଂଶ ବାବଦକୁ ପ୍ରଦାନ କରାଯାଇଛି ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *