କୋରାପୁଟ,୧୫/୦୨/୨୬(ଓଡିଶା ସମାଚାର/ପ୍ରମୋଦ ଜେନା)-ଆଗକୁ ଆସୁଛି ଖରା ଦିନ। କୋରାପୁଟ ଜିଲ୍ଲାର ଅନେକ ବ୍ଲକ୍ ରେ ଥିବା ଅନେକ ସଂରକ୍ଷିତ ଜଙ୍ଗଲ ଜଳି ଉଠିବ। ଖରା ଦିନ ଆସିଗଲେ ଦୁର୍ବୁତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଇ ଅନେକ ଗଛ ଲତା ନଷ୍ଟ କରିବା ସହ ବନ୍ୟ ଜନ୍ତୁ ଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି।ଯାହାକୁ ନେଇ ବନ ବିଭାଗ ଏବେଠାରୁ ତୟାର ହୋଇ ଉଠିଛି। ଏନେଇ ଆଜି କୋରାପୁଟ ବନଖଣ୍ଡ ସଭାଗୃହ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

“ବନାଗ୍ନିକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି କୋରାପୁଟ ଡ଼ିଏଫଓ କେ.ଭି ଭାସ୍କର ରାଓ।ଏଥି ନିମନ୍ତେ ୬ ଟି ଫାୟାର ସ୍କ୍ୱାର୍ଡ ଗଠନ କରାଯାଇଛି।ଏଥିରେ ୧୨୦ ଜଣ ପାରା ଫାୟାର ଷ୍ଟାଫ ନିୟୋଜିତ ରହିବେ।ନାରାୟଣପାଟଣା,ଲକ୍ଷ୍ମୀପୁର ଏବଂ ଦଶମନ୍ତପୁର ଆଦି ବ୍ଲକ୍ ରେ ଥିବା ସଂରକ୍ଷିତ ଜଙ୍ଗଲରେ ଅଧିକାଂଶ ସମୟରେ ଦୁର୍ବୁତ୍ତ ମାନେ ନିଆଁ ଲଗାଉଥିବାରୁ ସେଥି ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି।ଫଳରେ କୋରାପୁଟ ବନଖଣ୍ଡ ସହିତ ୬ ଟି ସ୍ଥାନ ରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ଡ଼ିଏଫଓ କହିଛନ୍ତି। ଆଗକୁ ଜଙ୍ଗଲ ଜଳୁଛି ନା ତାହା ଉପରେ ବନ ବିଭାଗର ନିୟନ୍ତ୍ରଣ ରହୁଛି ତାହା ଦେଖିବାକୁ ବାକି ରହିଲା।
