ବିନୟତୋଷ ଅନ୍ତରୀଣ ଡିଜିପି

ଭୁବନେଶ୍ୱର,୧୪/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି । ୧୯୯୩ ବ୍ୟାଚ୍ ର ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଧେଶକ ହେବେ । ଶ୍ରୀ ମିଶ୍ର ଏବେ କ୍ରାଇମବ୍ରାଂଚ ଡିଜି ଅଛନ୍ତି ।

ସୂଚନାଯୋଗ୍ୟ, ବିନୟତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ । ସେ ରାଜ୍ୟ ର ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ନିଯୁକ୍ତି ଘୋଷଣା ପରେ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ମୋ’ ପାଇଁ ବଡ଼ ଚ୍ୟାଲେଞ୍ଜ । ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୬ ତାରିଖରେ ବର୍ତମାନର ଡିଜିପି ୱାଇବି ଖୁରାନିଆ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ।

୧୬ ଅଗଷ୍ଟ ୨୦୨୬ରେ ବର୍ତ୍ତମାନର ଡିଜିପି ଶ୍ରୀ ୱାଇ.ବି. ଖୁରାନିଆଙ୍କ ଅବସର ପରେ, କ୍ରାଇମବ୍ରାଞ୍ଚର ସିଆଇଡିର ଡିଜିପି ଶ୍ରୀ ବିନୟତୋଷ ମିଶ୍ର ୧୬ ଅଗଷ୍ଟ ୨୦୨୬ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଡିଜିପି (ପୁଲିସ ବାହିନୀ ମୁଖ୍ୟ) ଅତିରିକ୍ତ ଦାୟିତ୍ୱରେ ରହିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *