ଭତା ଅପେକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର,୧୫/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମଧୁବାବୁ ପେନସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନ ଗୁଡ଼ିକର ଯାଂଚ ପାଇଁ ରାଜ୍ୟର ସବୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ ବିଭାଗୀୟ ସଚିବ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଆବେଦନଗୁଡ଼ିକର ତୁରନ୍ତ ଯାଂଚ କରିବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, ମଧୁବାବୁ ପେନ୍ସନ୍ ଯୋଜନାରେ ଏଯାବତ୍ ୬୩ ହଜାର ୮୪୮ଟି ଆବେଦନ ପଡ଼ି ରହିଛି । ଏହି ଆବେଦନଗୁଡ଼ିକୁ ମିଶନ ମୋଡ୍ ରେ ଯାଂଚ କରି ଶୀଘ୍ର ପଦକ୍ଷେପ ନେବାକୁ ସଚିବ ନିର୍ଦେଶ ଦେଇଛନ୍ତି । ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ପଡ଼ି ରହିଥିବା ଆବେଦନର ଯାଂଚ ଶେଷ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି । ଯୋଗ୍ୟ ହିତାଧିକାରୀମାନେ ଯେପରି ପେନ୍ସନ୍ ଯୋଜନାର ସୁବିଧା ପାଇବାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ଯାଂଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି ।

Leave a Reply

Your email address will not be published. Required fields are marked *