କଟକ ସଦର , ୯/୮/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ନାରଦା ଗ୍ରାମର ଜନୈକା ୧୦ ମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ଗର୍ଭବତୀ ହେବା ଘଟଣାର ଅଭିଯୋଗକୁ ୨୪ ଦିନ ବିତି ଯାଇଥିଲେ ବି ଅଭିଯୁକ୍ତ ଗିରଫ ନହେବା ପ୍ରତିବାଦରେ ପୀଡ଼ିତାଙ୍କ ମା ଆଜି ଶୁକ୍ରବାର ଦିନ ନ୍ୟାୟ ପାଇଁଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ଉକ୍ତ ଗ୍ରାମର ଗରିବ ଶ୍ରେଣୀର ପୀଡ଼ିତା ସେହି ଗ୍ରାମର ଜନୈକ ବିତ୍ତ ଶାଳୀ ଓ ପ୍ରଭାବଶାଳୀ ମହିଳାଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ମାଲିକାଣୀଙ୍କ ପୁଅ ଓ ତାଙ୍କର ଅନ୍ୟ ସମ୍ପର୍କୀୟମାନେ ନାବାଳିକାକୁ ପ୍ରଲୋଭିତ କରି ଅନେକ ଵାର ଧର୍ଷଣ କରିଥିଲେ। ଏହା ମାଲିକାଣୀ ଜାଣିବା ପରେ ପୀଡ଼ିତା ଙ୍କୁ ପ୍ରଲୋଭିତ ଓ ଭୟଭୀତ କରି ତାଙ୍କ ଘରକୁ ପଠାଇ ଦେଇଥିଲେ। କିଛି ଦିନ ପରେ ପୀଡ଼ିତା ଗର୍ଭବତୀ ଥିବା ଜଣାପଡିବା ପରେ ଉକ୍ତ ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ଗ୍ରାମର ଦଲାଲ ମାନେ ଲାଗି ପଡ଼ିଥିଲେ। ହେଲେ ଏଥିରେ ସଫଳ ନହେବାରୁ ପୀଡ଼ିତା ଙ୍କ ମା ଥାନାରେ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗକୁ ୨୪ ଦିନ ବିତି ଯାଇଥିଲେ ବି ପୋଲିସ ର ହାତ ଖାଲି ଥିବା ପ୍ରତିବାଦରେ ଆଜି ନ୍ୟାୟ ପାଇଁ ପୀଡ଼ିତା ଙ୍କ ମା ଥାନା ର ଦ୍ୱ।ରସ୍ଥ ହୋଇଥିଲେ। ଆଜି ଠାରୁ ୧୦ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଯଦି ଏଥିରେ ଖିଲାପ ହୁଏ ତେବେ ପୂର୍ବରୁ ଥାନାରେ ହୋଇଥିବା ଆତ୍ମଦାହ ଭଳି ‘ଆମେ ମା ଝିଅ ଦୁହେଁ ଥାନା ପରିସରରେ ଆତ୍ମାହୁତି ଦେଵୁ’ ବୋଲି ପୀଡ଼ିତା ଙ୍କ ମା କହିଥିବା ଜଣାଯାଇଛି।