ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଜଗତସିଂହପୁର,୧୪/୦୮/୨୦୨୬ (ଓଡ଼ିଶା ସମାଚାର)- ଦେଶ ବିଭାଜନରେ ପ୍ରଭାବିତ ଲକ୍ଷ ଲକ୍ଷ ଜନମାନସଙ୍କ ସଂଘର୍ଷ ଓ ବଳିଦାନର ସ୍ମୃତି ଚାରଣ ନିମନ୍ତେ ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।

ଏହି ଶୋଭାଯାତ୍ରାର ନେତୃତ୍ୱ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ଜେ ସୋନାଲ ନେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଜ୍ୟୋତି ଶଙ୍କର ରାୟ , ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ଵୀପ) ଶ୍ରୀ ନିରଞ୍ଜନ ବେହେରା, ଉପ-ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ପ୍ରଶାନ୍ତ କୁମାର ତରାଇ ଯୋଗଦାନ କରିଥିଲେ ।

ଅଖଣ୍ଡତା ଓ ଏକାଗ୍ରତା ସହିତ ଆମ ଭାରତମାତାଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ପୂର୍ବକ ବିକାଶ କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଶୋଭାଯାତ୍ରାର ସମାପ୍ତି ପରେ ଜିଲ୍ଲାପାଳ,  ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀର ଉଦଘାଟନ କରିଥିଲେ । ଉକ୍ତ ପ୍ରଦର୍ଶନୀଟି ଆସନ୍ତା ୭ଦିନ ପର୍ଯ୍ୟନ୍ତ ପ୍ରଦର୍ଶିତ କରାଯିବ। ଏହି ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା ସାଧାରଣ ନାଗରିକ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *