ଲକ୍ଷ୍ମୀପୁର ୧୭/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଟିମା ଝଲା ଛକ ନିକଟ ଜାତୀୟ ରାଜପଥ ଉପରେ ଏକ ପିକଅପ ଭ୍ୟାନ ଓଲଟି ପଡି ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତ ମାନେ ହେଲେ ଗାଡ଼ି ଡ୍ରାଇଭର ପି.ନରେଶ ଙ୍କ ସମେତ ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ପଞ୍ଚାୟତ ବାମନ କଟ ଗ୍ରାମର ବନ୍ଦୁ ଯାନୀ,ଲକ୍ଷ୍ମଣ ଯାନୀ,ଥବିର ଭୋଇ ଓ ଟମାରି ଗୁଡା ଗ୍ରାମର ବାସୁ ମୁଦୁଲି। ଓଡି ୧୦କ୍ୟୁ-୭୯୮୯ ନମ୍ବର ଥିବା ଗାଡିଟି ଲକ୍ଷ୍ମୀପୁର ହାଟରୁ ବିକ୍ରି ଜିନିଷ ଧରି କୋରାପୁଟ ଅଭିମୁଖେ ଯାଉଥିବା ବେଳେ ଟିମା ଝୋଲା ନିକଟରେ ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟି ହୋଇଥିଲା। ଆହତ ସମସ୍ତିଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା। ଖବର ପାଇ ଲକ୍ଷ୍ମୀପୁର ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।
