ଜଗତସିଂହପୁର ପୌର ପରିଷଦ ପକ୍ଷରୁ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି ସକାଳ ୮ ଘଟିକା ସମୟରେ ପୌର ପରିଷଦ କାର୍ଯ୍ୟାଳୟ, ଜଗତସିଂହପୁର ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ତ୍ରିରଙ୍ଗା ଶୋଭାଯାତ୍ରା ପୌର ପରିଷଦ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ କଲେଜ ଛକ ଦେଇ ତାରାଦେଇ ମନ୍ଦିର ପର୍ଯ୍ୟନ୍ତ ହୋଇଥିଲା ।

ଯାତ୍ରାର ଶୁଭାରମ୍ଭ କରି ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଥିଲେ ଯେ ଆମେ ସଚେତନ ନାଗରିକ ହିସାବରେ ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ  ଏହି ନାରାକୁ ସଫଳ କରିବା । ଦେଶବ୍ୟାପୀ ଏହି ହର ଘର ତ୍ରିରଙ୍ଗା ଅଭିଯାନରେ ଜିଲ୍ଲାବାସୀ ବହୁଳ ଭାବରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ ।

ଏହି ତ୍ରିରଙ୍ଗା ଯାତ୍ରାରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋୟୀ, ନିର୍ବାହୀ ଅଧିକାରୀ ପୌର ପରିଷଦ ଜଗତସିଂହପୁର ଶ୍ରୀ ସନ୍ଦୀପ ସିଂହ, ପାରିଷଦ ବୃନ୍ଦ,ବିଦ୍ୟାଳୟର ଛାତ୍ରଛାତ୍ରୀ, ସହରର ବୁଦ୍ଧିଜୀବୀ,ପୌର ପରିଷଦ କାର୍ଯ୍ୟାଳୟ ର କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ,ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ତ୍ରିରଙ୍ଗା ପତାକା କୁ ସମ୍ମାନ ପ୍ରଦର୍ଶନ କରି ଯାତ୍ରା ରେ ସାମିଲ ହୋଇଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *